ଟ୍ରାକ୍ଟର ପରେଡ୍ ପାଇଁ ପାକିସ୍ତାନରେ ଖୋଲିଛି ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ୍

1 min read

ନୂଆଦିଲ୍ଲୀ: କୃଷକଙ୍କ ଟ୍ରାକ୍ଟର ପରେଡକୁ ନେଇ ବଡ଼ ବୟାନ ଦେଇଛି ଦିଲ୍ଲୀ ପୋଲିସ । ଟ୍ରାକ୍ଟର ପରେଡରେ ଗଡ଼ବଡ଼ର ଆଶଙ୍କା କରିଛି ଦିଲ୍ଲୀ ପୋଲିସ । କହିଛି- ଅବ୍ୟବସ୍ଥା ସୃଷ୍ଟି କରିବାକୁ ପାକିସ୍ତାନରେ ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ କରାଯାଇଛି । ଏହାକୁ ନେଇ ପୋଲିସ ଆଲର୍ଟରେ ଥିବାବେଳେ କୃଷକଙ୍କ ସର୍ତ୍ତ ସହ ଦିଲ୍ଲୀର ତିନୋଟି ସ୍ଥାନରେ ଟ୍ରାକ୍ଟର ପରେଡ୍ କରିବାକୁ ଅନୁମତି ଦେଇଛି ।

Tractor Parade 308 Twitter Handles Made In Pakistan May Create Disturbances Says Delhi Police

ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଗୁଇନ୍ଦା ଦୀପେନ୍ଦ୍ର ପାଠକ କହିଛନ୍ତି- ସିଂଘୁ ବର୍ଡରରୁ ୬୨ କିଲୋମିଟର ରୁଟ୍, ଟିକରି ବର୍ଡରରେ ୬୩ କିଲୋମିଟର ରୁଟ୍ ଏବଂ ଗାଜିପୁର ବର୍ଡରରେ ୪୬ କିଲୋମିଟର ରୁଟ୍ ନିର୍ଦ୍ଧାରିତ କରାଯାଇଛି । ସେ କହିଛନ୍ତି- ଆମକୁ ମିଳିଥିବା ଗୁଇନ୍ଦା ସୂତ୍ର ପ୍ରକାରେ ଏହି ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରାଯାଇଛି । ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ ପାକିସ୍ତାନରେ ରହିଛି ।

Tractor Parade 308 Twitter Handles Made In Pakistan May Create Disturbances Says Delhi Police

ଦୁଇ ମାସ ଧରି କୃଷକ କୃଷି ଆଇନ୍ ପ୍ରତ୍ୟାହାର ନେଇ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ବାରମ୍ବାର ଆଲୋଚନା, ବୈଠକ ବି ବିଫଳ ହୋଇଛି । ଏବେ ଦିଲ୍ଲୀର ତିନୋଟି ସ୍ଥାନ ସିଂଘୁ ବର୍ଡର, ଟିକରି ବର୍ଡର ଓ ଗାଜିପୁର ବର୍ଡରରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ପରେଡ୍ ପାଇଁ ଅନୁମତି ଦେଇଛି ପୋଲିସ । ଗଣତନ୍ତ୍ର ଦିବସ ସମାରୋହ ପରେ ଟ୍ରାକ୍ଟର ରାଲି ହେବ । ତେବେ, ଏଥିରେ କେତେ ସଂଖ୍ୟକ ଟ୍ରାକ୍ଟର ରହିବ ଜଣାପଡ଼ିନାହିଁ ।

Leave a Reply