ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଓଡ଼ିଶାରେ ଆର୍ସେଲର ମିତ୍ତଲ ଏଣ୍ଟ୍ରିକୁ ଗ୍ରୀନ୍ ସିଗନାଲ୍

1 min read

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ୍ ଷ୍ଟିଲ୍ ଜାଏଣ୍ଟ ଆର୍ସେଲର ମିତ୍ତଲର ଭାରତ ଏଣ୍ଟ୍ରି ଶୁକ୍ରବାରର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି । ରୁଇଆଙ୍କ ଦ୍ୱାରା ପରିଚାଳିତ ଋଣଗ୍ରସ୍ତ ଏସାର୍ ଷ୍ଟିଲକୁ ୪୨ ହଜାର କୋଟି ଟଙ୍କାରେ କିଣିବାକୁ ନେଇ ଥିବା ଅସୁବିଧା ହଟାଇ ପଥ ପରିସ୍କାର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ନ୍ୟାସନାଲ୍ କଂପାନୀ ଲ ଆପିଲେଟ୍ ଟ୍ରିବୁନାଲ୍, କମିଟି ଅଫ୍ କ୍ରେଡିଟର୍ସ ବା COCର ବାଣିଜ୍ୟିକ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିପାରିବ ନାହିଁ । ଦୀର୍ଘ ୨୮ ମାସର ଲଢେଇ ପରେ ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଆର.ଏଫ୍ ନରିମନ । ସମସ୍ତ ଷ୍ଟେକ୍ ହୋଲଡରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଓସି ଯାହା ନିଷ୍ପତ୍ତି ନେବେ ରାହା ଉଭୟ ପକ୍ଷଙ୍କୁ ସୁହାଇବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ଏବେ ଓଡ଼ିଶାରେ ଆର୍ସେଲର ମିତ୍ତଲ ବ୍ୟବସାୟ କରିବା ସହ ରାଜ୍ୟରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।

ଜାପାନର କଂପାନୀ ନିପନ୍ ଷ୍ଟିଲ, ସୁମିଟୋଟୋ ଏବଂ ଆର୍ସେଲର ମିତ୍ତଲ କେନ୍ଦୁଝରରେ ୧୨ ମିଲିୟନ୍ ଟନ୍ କ୍ଷମତା ସଂପନ୍ନ ଇସ୍ପାତ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜଏଣ୍ଟ ଭେଞ୍ଚରରେ ଚୁକ୍ତି କରିଥିବା ଜଣାପଡ଼ିଛି । କୋର୍ଟଙ୍କ ରାୟ ପରେ ଏବେ ପାରାଦୀପରେ ଥିବା ଏସାର ଷ୍ଟିଲକୁ ଅଧିଗ୍ରହଣ କରିବା ମିତ୍ତଲ ପକ୍ଷରେ ସହଜ ହେବ । ନିୟମ ଅନୁସାରେ ଯଦିବା ୨୭୦ ଦିନ ମଧ୍ୟରେ କଂପାନୀର ଅଧିଗ୍ରହଣ ସଂକ୍ରାନ୍ତୀୟ ରିଜୋଲ୍ୟୁସନ୍ ଶେଷ ହେବା କଥା କିନ୍ତୁ ବହୁ ମାମଲା ଥିବାରୁ ଏହାକୁ ୨ ବର୍ଷରୁ ଅଧିକ ସମୟ ଯାଏଁ ବିସ୍ତାରିତ କରାଗଲା ବୋଲି ଜଣାପଡ଼ିଛି ।

୨୦୧୭ ଜୁନରେ ପ୍ରଥମ ୧୨ଟି ହାଇପ୍ରୋଫାଇଲ୍ ଦେବାଳିଆ ମାମଲାରେ ଏସାରର ନାଁ ରହିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ଦେବାଳିଆ ଘୋଷଣା କରିବା ସହ ମାମଲା କଂପାନୀ ଲ ଟ୍ରିବୁନାଲକୁ ଯାଇଥିଲା । ଏସାରର ନିବେଶକ ମଧ୍ୟ ବିଭିନ୍ନ ସ୍ଥାନରେ ମାମଲା ରୁଜୁ କରିଥିଲେ । ତେବେ ନିବେଶକଙ୍କ ହିତ ଦୃଷ୍ଟିରୁ ଏହାର ଟେକ୍ ଓଭର ପ୍ରକ୍ରିୟାକୁ ସରଳ କରିଛନ୍ତି ସୁପ୍ରିମକୋର୍ଟ । ଏବେ ରୁଇଆଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନ୍ୟ ମାମଲାରେ ସିଓସିଙ୍କ ନିଷ୍ପତ୍ତିକୁ ଅଧିକ ଶସକ୍ତ କରିବ ବୋଲି ଆଶାକରାଯାଉଛି । ତେବେ ବ୍ୟାଙ୍କ ଗୁଡିକର ଥିବା ବକେୟା ଆର୍ସେଲର ଦେବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ଏହାଦ୍ୱାରା ଦୀର୍ଘବର୍ଷରୁ ବଢ଼ିଚାଲିଥିବା NPAକୁ ସରକାର ରୋକିପାରିବେ ବୋଲି ଜଣାପଡ଼ିଛି ।

NCLAT ଗତ ଜୁଲାଇ ୪ ତାରିଖ ତାଙ୍କ ରାୟରେ ମିତ୍ତଲର ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ପରେ କୋର୍ଟ ଯାଇଥିଲେ ଲକ୍ଷ୍ମୀ ମିତ୍ତଲଙ୍କ ଦ୍ୱାରା ପରିଚାଳିତ ଆର୍ସେଲର ମିତ୍ତଲ କଂପାନୀ । NCLAT କହିଥିଲେ ଯେ ୪୯,୪୭୩ କୋଟି ଟଙ୍କାର ବାକି ରଖିଛି ଏୟାର୍ ଯାହାକୁ ମିତ୍ତଲକୁ ପୈଠ କରିବାକୁ ପଡ଼ିବ । ମାତ୍ର ମିତ୍ତର ଡିଲ୍ ୪୨ ହଜାର କୋଟିରେ ହିଁ ହେବ ବୋଲି ଯୁକ୍ତି ଦର୍ଶାଇଥିଲେ । ଏଥିସହ ୨୫ ଶହ କୋଟି ଟଙ୍କାର କ୍ୟାପିଟାଲ୍ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲା ମିତ୍ତଲ । ଏଥିରେ ଆପିଲେଟ୍ ରାଜି ନହେବାକୁ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲା କଂପାନୀ ।

ଏବେ ମିତ୍ତଲ ସପକ୍ଷରେ ରାୟ ଆସିବା ପରେ ଓଡ଼ିଶାରେ କଂପାନୀ ନିବେଶ କରି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅର୍ଥନୀତିକୁ ଅଧିକ ସମୃଦ୍ଧ କରିବ ବୋଲି ଆଶାକରାଯାଉଛି । ')}

Leave a Reply