ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନେଇ ସୋନିଆଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା

1 min read
Congress

ଭୁବନେଶ୍ୱର: କଂଗ୍ରେସ ଦଳରେ ହୋଇପାରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ । ଆମୂଳଚୂଳ ପରିବର୍ତ୍ତିନ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଲେ ୨୩ ଜଣ ବରିଷ୍ଠ ନେତା । ଦିନକୁ ଦିନ ସାରା ଦେଶରେ କଂଗ୍ରେସର ସ୍ଥିତି ଟଳମଳ ହେଉଥିବା ବେଳେ ଏହାକୁ ନେଇ ଚିନ୍ତା ଜାହିର କରିଛନ୍ତି ଜାତୀୟସ୍ତରର ବରିଷ୍ଠ ନେତା । ଧୀରେ ଧୀରେ ଦଳର ବିପର୍ଯ୍ୟୟ ହେଉଛି । ଅନେକ ନେତା ଦଳ ପ୍ରତି ମୁହଁ ଫେରାଉଛନ୍ତି ।

CONGRESS

ତେଣୁ ଦଳରେ ବ୍ୟାପକ ପରିବର୍ତ୍ତନ କରାଯାଉ ବୋଲି ସେମାନେ ସୋନିଆଙ୍କୁ ଜଣାଇଛନ୍ତି । ତଳସ୍ତରରୁ ଆରମ୍ଭ କରି ଯୁବ, ଛାତ୍ର, ମହିଳା ସମସ୍ତ ସ୍ତରରେ ପରିବର୍ତ୍ତନ କରାଯାଉ ବୋଲି ନେତାମାନେ କହିଛନ୍ତି । ଚିଠି ଲେଖିଥିବା ଏହି ନେତାଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଓ୍ୱାର୍କିଂ କମିଟିର ସଦସ୍ୟ, ସାଂସଦ ଓ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ । ଦଳକୁ ସୁଦୃଢ଼ କରିବାକୁ ହେଲେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ନେତାମାନେ କହିଛନ୍ତି ।

CONGRESS

ବରିଷ୍ଠ ନେତା ଲେଖିଥିବା ଏହି ଚିଠି ପରେ ଏବେ ତତ୍ପର ହୋଇଛି କଂଗ୍ରେସର ଥିଙ୍କଟ୍ୟାଙ୍କ । ସୋମବାର ଦଳର CWC ବୈଠକ ବସିବ । ଏପଟେ ଓଡ଼ିଶାରେ ପିସିସି ନେତୃତ୍ୱ ପରିବର୍ତ୍ତନ ନେଇ ତେଜିଛି ସ୍ୱର । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ପିସିସି ସଭାପତି ପରିବର୍ତ୍ତନ ନେଇ ମତ ରଖିଛନ୍ତି ।

ତେବେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନ ନେଇ ରାଜ ବବରଙ୍କ ଭଳି ପ୍ରାୟ ୨୩ ଜଣ ବରିଷ୍ଠ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି । ସେଥିମଧ୍ୟରେ ଗୁଲାମନବୀ ଆଜାଦ୍‌, କପିଲ ସିବ୍ବଲ, ଆନନ୍ଦ ଶର୍ମା, ଜିତିନ୍‌ ପ୍ରସାଦ, ମିଲିନ୍ଦ ଦେଓ୍ୱଡ଼ା, ମନରଷ ତିଓ୍ୱାରୀ, ଅରବିନ୍ଦର ସିଂହ ଲଭଲୀ, ସନ୍ଦୀପ ଦୀକ୍ଷିତଙ୍କ ଭଳି ବରିଷ୍ଟ ନେତାଙ୍କ ନାଁ ରହିଛି ।

Leave a Reply