କେଜ୍ରିୱାଲ ସରକାରଙ୍କୁ ନେଇ ଖୁସୀ ନାହିଁ ୨ ବର୍ଷ ଶିଶୁ, ହାଇକୋର୍ଟରେ କଲା ଆବେଦନ !

Kejriwal To Observe Fast In Support Of Protesting Farmers

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ୱ । ଦିନକୁ ଦିନ ଯେମିତି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସେମିତି  ଏହାକୁ ନେଇ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ ରାଜଧାନୀ ଦିଲ୍ଲୀ ମଧ୍ୟ ବେହାଲ । ତେବେ ଏଭଳି ପରିସ୍ଥିତିରେ ପ୍ରାୟ ସବୁ ପ୍ରକାର କାର୍ଯ୍ୟକଳାପକୁ କୋହଳ କରାଯାଇଛି । ବଜାରରୁ ଆରମ୍ଭ କରି ମଲ୍, ମନ୍ଦିର ଠାରୁ ମସଜିଦ ପର୍ଯ୍ୟନ୍ତ ସବୁକିଛି ଖୋଲିଯାଇଛି । ଯେଉଁଠି ଲୋକମାନେ ଆରାମ ଅନୁଭବ କରୁଛନ୍ତି, ସେଇଠି ଦୁଇ ବର୍ଷର ପିଲାଟି ତାର ଗଭୀର ଚିନ୍ତା ଦେଖାଇଛି । ଏହି ପିଲାଟି ଦିଲ୍ଲୀର ଲକଡାଉନ୍ ଏବଂ କରୋନା ପରୀକ୍ଷଣ ବ୍ୟବସ୍ଥାକୁ ନେଇ କେଜ୍ରିୱାଲ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଛନ୍ତି ।

ଦୁଇ ବର୍ଷ ପିଲାଟି ତାଙ୍କ ବାପାଙ୍କ ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ।  ଆବେଦନରେ ଦର୍ଶାଯାଇଛି ଯେ, ଦିଲ୍ଲୀରେ ବିନା ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା ଉପରେ ନିଷେଧାଦେଶ ଦିଆଯାଇଛି ଏବଂ ଏହାପରେ ଏବେ ପରିସ୍ଥିତି ପୂରା ବିଗିଡି ଯାଇଛି । ଏହା ବ୍ୟତୀତ ବେଡ୍ ଏବଂ ଭେଣ୍ଟିଲେଟର ଭଳି ଅଭାବ ପରିସ୍ଥିତିକୁ ଆହୁରି ଚିନ୍ତାଜନକ କରିଦେଇଛି ।

ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି ଏବଂ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି । ହାଇକୋର୍ଟରେ ଦିଲ୍ଲୀ ସରକାରଙ୍କୁ ଜୁନ୍ ୨ ତାରିଖର ନିର୍ଦ୍ଦେଶର ଏକ କପି ମାଗିଛନ୍ତି ଯେଉଁଥିରେ ବିନା ଲକ୍ଷଣ ଲୋକଙ୍କ ପରୀକ୍ଷଣ ବିଷୟରେ କୁହାଯାଇଛି ।

ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ବିନା ଲକ୍ଷଣ ଲୋକଙ୍କ ପରୀକ୍ଷଣ ନ କରିବା ଆଇସିଏମଆର ନିର୍ଦ୍ଦେଶାବଳୀକୁ ବିରୋଧ କରୁଛି ।  ଆବେଦନରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କମ୍ ସଂଖ୍ୟକ କରୋନା ରୋଗୀଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ସରକାରଙ୍କ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଏଥିରେ ଦିଲ୍ଲୀରେ କରୋନା ବିସ୍ତାର ଏବଂ ବୃଦ୍ଧି ହେବାର ବିପଦ ରହିଛି ।

Leave a Reply