ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସେପଟେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୂର୍ବରୁ କରୋନା ଆଉ ଏବେ ଲଘୁଚାପ ବର୍ଷା । ଫିକା ପଡ଼ିବ ଏଥରର ଗଣପର୍ବ ଦଶହରା । କାରଣ ଆଗାମୀ ୧୯ ତାରିଖ ରେ ବଙ୍ଗୋପସାଗର ରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ଯାହା ଫଳରେ ୧୯ ତାରିଖ ସନ୍ଧ୍ୟା ରେ ପୁଣି ବର୍ଷା ରେ ଭିଜିବ ଓଡିଶା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାର ର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଥିବା ବେଳେ ମସ୍ୟଜୀବି ମାନଙ୍କୁ ମଧ୍ୟ ୧୯ ତାରିଖରୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହି ଲଘୁଚାପ ୨୧ ତାରିଖ ପର୍ଯ୍ୟନ୍ତ ତାର ପ୍ରଭାବ କୋଷ୍ଟାଲ ଓଡ଼ିଶା ଏବଂ ଆଭ୍ୟନ୍ତରିଣ ଓଡ଼ିଶା ଉପରେ ଦେଖାଇବ ।

ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୧୯ ତାରିଖରେ ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲା କୁ ପ୍ରବଳ ବର୍ଷା ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି । ଠିକ ସେହିଭଳି ୨୦ ତାରିଖ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ୨୧ ତାରିଖରେ ମଧ୍ୟ ଗଜପତି, ଗଞ୍ଜାମ,ରାୟଗଡା ଓ ପୁରୀ ଜିଲ୍ଲା ୨୨ ତାରିଖ ୯ ଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ସେପଟେ ପାଣିପାଗ ରିପୋର୍ଟ ଅନୁଯାୟୀ ଆଜି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର କିଛିକିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । କୋରାପୁଟ, ମାଲକାନାଗିରି, ଢ଼େଙ୍କାନାଳ, ନବରଙ୍ଗପୁରରେ ସର୍ବାଧିକ ବର୍ଷା ହୋଇଛି । ୨୪ ଘଣ୍ଟାରେ ମଧ୍ୟରେ ଘଡ଼ ଘଡ଼ି ସହ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave a Reply