ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର

ବୁର୍ଲା: ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଫୁଲୁଛି । ସେଥିପାଇଁ ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର । ବିପଦ ସଂକେତ ୬୩୦ ଫୁଟ ରହିଥିବା ବେଳେ ବର୍ତମାନ ଜଳସ୍ଥର ମଧ୍ୟ ୬୩୦ ଫୁଟ ରହିଛି । ତେବେ ଧୀରେଧୀରେ ଜଳସ୍ଥର ଆହୁରି ବୃଦ୍ଧିପାଇବାରେ ଲାଗିଛି । ଏପଟେ ଜଳଭଣ୍ଡାରର ୪ ଟି ସ୍ୱିସଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୮୪୬୨୯ କ୍ୱିସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୮୪୬୨୯ କ୍ୱିସେକ ବନ୍ୟାଜଳ ନିଷ୍କାସିତ କରାଯାଉଛି ।

ଜଳଭଣ୍ଡାରର ବାମପାର୍ଶ୍ୱରୁ ୩ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧ଟି ସ୍ୱିସଗେଟ ଖୋଲାଯାଇଛି। ପରିସ୍ଥିତିକୁ ଦେଖି ଆହୁରି ଅଧିକ ସ୍ୱିସଗେଟ ଖୋଲାଯିବ ବୋଲି ସୂଚନା ମିଳିଛି । ବର୍ତମାନ ହୀରାକୁଦ ଜଳଭଣ୍ଡାର ବିଭାଗ ପକ୍ଷରୁ ସତର୍କ ସୂଚନା ବା ସାଇରନ ଦ୍ୱାରା ସତର୍କ କରାଯାଉଛି । ଅନ୍ୟ ପଟେ ଉପରମୁଣ୍ଡରୁ ଲଗାତାର ଭାବେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି । ଯଦି ଅଧିକ ମାତ୍ରାରେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରେ ତେବେ ଜଳଭଣ୍ଡାରର ଅଧିକ ସ୍ୱିସଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

Leave a Reply