ବିଧାନସଭାରେ ପରୀ ପ୍ରସଙ୍ଗରେ ପୁଣି ହଟ୍ଟଗୋଳ, ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବି

House Normal After All Party Meeting Odisha Assembly

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ବିଧାନସଭାରେ ପୁଣି ହଟ୍ଟଗୋଳ । ବାଚଷ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି । ବିରୋଧୀ ଦଳ ପରୀ ମୃତ୍ୟୁ ଘଟଣାର ଉଚ୍ଚ ସ୍ଥରୀୟ ସଦନ୍ତ ଦାବି ନେଇ ଗୃହରେ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇ ରଖାଯାଉଛି । ଏହି ଘଟଣାରେ ଜଡ଼ିତ ଥିବା ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମିଶ୍ର କହିଥିଲେ ଯେ ଆମର ଦାବି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରାଯାଉ । ଏବଂ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ ଏସ୍‌ଆଇଟି ତଦନ୍ତ ନେଇ ନୋଟିସ ଯଥାଶିଘ୍ର ପ୍ରକାଶ ପାଇବ । ଅନ୍ୟପକ୍ଷରେ ବିରୋଧିଙ୍କ ହଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ବିରୋଧୀ ହଟ୍ଟଗୋଳ କରି ବିଧାନସଭା ସମୟ ନଷ୍ଟ କରୁଛନ୍ତି । ଜନସାଧାରଣଙ୍କ ଟଙ୍କାକୁ ନଷ୍ଟ କରୁଛନ୍ତି ।

ବିରୋଧୀ ଆଲୋଚନାକୁ ଆସୁନାହାନ୍ତି । ଖବରକାଗଜର ଶିରୋନାମରେ ରହିବା ପାଇଁ କେବଳ ଡ୍ରାମା କରୁଛନ୍ତି । ବିଧାନସଭାରେ ଆଲୋଚନା ପାଇଁ ବିଭିନ୍ନ ଅଞ୍ଚଳରୁ ବିଧାୟକ ଆସିଛନ୍ତି । ସେମାନଙ୍କ ଅଞ୍ଚଳର ବହୁ ସମସ୍ୟା ରହିଛି। କିନ୍ତୁ ବିରୋଧିଙ୍କ ହଟ୍ଟଗୋଳ ପାଇଁ ସେମାନେ କୌଣସି ଆଲୋଚନା ଉଠାଇ ପାରୁନାହାନ୍ତି ବୋଲି ବିବୃତି ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ। ତେବେ ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ରଖାଯାଇଛି ।

Leave a Reply