ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା: କରୋନା ମୁକାବିଲା ପାଇଁ ହେଉଛି ପ୍ରାର୍ଥନା

ନୂଆଦିଲ୍ଲୀ: ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହି ଅବସରରେ କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ ବୌଦ୍ଧ ମନ୍ଦିରରେ ଆୟୋଜିତ ହୋଇଛି  ବୁଦ୍ଧ ପ୍ରାର୍ଥନା କାର୍ଯ୍ୟକ୍ରମ । କେନ୍ଦ୍ରୀୟ ବୌଦ୍ଧ ସଂସ୍କୃତି ମନ୍ତ୍ର।ଳୟ ଏବଂ ଅନ୍ତରାଷ୍ଟ୍ରୀୟ ବୌଦ୍ଧ ପରିଷଦ ପକ୍ଷରୁ ଏହି ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ନେପାଳର ବିଭିନ୍ନ ବୌଦ୍ଧ ମନ୍ଦିରରେ ମଧ୍ୟ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି  ।  ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  କୋଭିଡ୍‌ ଆକ୍ରାନ୍ତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଶୁଭ ମନାସିବେ ମୋଦି । ସେପଟେ ବୁଦ୍ଧ ପୂର୍ଣ୍ଣିମା ପାଇଁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ , ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ।

Leave a Reply