ରାଜ୍ୟରେ ପୁଣ ୬ ଜଣଙ୍କର ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଶଙ୍କା ଆଶ୍ୱସ୍ତି ମଧ୍ୟରେ ଚାଲିଛି ସଂଘର୍ଷ  । କେତେବେଳେ ସୁସ୍ଥ ସଂଖ୍ୟା ମନକୁ ଆଶ୍ୱସ୍ତି ଦେଉଛି ତ ପୁଣି କେତେବଳେ ମୃତ୍ୟୁ ସଂଖ୍ୟ ମନକୁ ବିଚଳିତ କରିଦେଉଛି । ଏହି ଭଳି ଭାବରେ ଭୟକୁ ନେଇ ମନରେ ଚାଲିଛି ଖେଳ । ତେବେ ମଙ୍ଗଳବାର ପୁଣି ୬ ଜଣଙ୍କର ମୁଣ୍ଡ ନେଇଛି କରୋନା ସଂକ୍ରମଣ । ଯାହାଫଳରେ ରାଜ୍ୟରେ ଶହେ ପାର ହୋଇଛି କରୋନାରେ ମୃତ୍ୟୁ ସଂଖ୍ୟା । ୬ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୩ ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ୧, କଟକ ଜିଲ୍ଲାରୁ ୨୬, ଗଜପତିରୁ ୧, ଜଗତସିଂହପୁରରୁ ୧, ଖୋର୍ଦ୍ଧାରୁ ୧, ରାୟଗଡ଼ାରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏମାନଙ୍କ ମଧ୍ୟରେ ସମସ୍ତେ କିଛି ନା କିଛି ରୋଗରେ ଆକ୍ରାନ୍ତ ଥିଲେ । ଯାହାକି ପୂର୍ବରୁ ଆମ ମାନଙ୍କ ପାଖରେ ସୂଚନା ରହିଛି କି କରୋନାରେ କେବଳ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଯେଉଁ ମାନେ କୌଣସି ନା କୌଣସି ରୋଗରେ ପୂର୍ବରୁ ଆକ୍ରାନ୍ତ ରହିଛନ୍ତି । ଯଦି ଦେଖିବା ମଙ୍ଗଳବାର କରୋନା ପାଇଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ କମ୍‌ ବର୍ଷ ରହିଛି ୨୬ ବର୍ଷିୟ ବ୍ୟକ୍ତି ଯିଏ ଡାଇବେଟିସ ରୋଗରେ ଆକ୍ରାନ୍ତ ରହିଥିଲେ ।

ସେପଟେ ମଙ୍ଗଳବାର ପୁଣି ରାଜ୍ୟରୁ ୬୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିଧ୍ୟରୁ ୪୩୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୧୬ ଜଣଙ୍କ ଲୋକାଲ କଣ୍ଟାକ୍ଟ ରହିଛି । ତେବେ ରାଜ୍ୟରେ ୪ ଲକ୍ଷରୁ ଅଧିକ କମୁଲେଟିଭ ଟେଷ୍ଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮  ହଜାର ୭ଶହ ୫୭ ରହିଛି । ୧୨ ହଜାର ୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୭୧୫ଟି ଆକ୍ଟିଭ କେସ ରହିଛି ।

Leave a Reply