ଶୀତ ଅଧିବେଶନ ଆରମ୍ଭ, ଟ୍ୱିଟରାଇଟଙ୍କ ପ୍ରଶ୍ନ କୁଆଡେ ଗଲେ ନୁସରତ୍ ?

1 min read

କୋଲକାତା : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି କିନ୍ତୁ ଟିଏମସିର ଚର୍ଚ୍ଚିତ ସାଂସଦ ନୁସରତ୍ ଜାହାନଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୋସିଆଲ୍ ମିଡିଆରେ ନୁସରତଙ୍କ ସଂପର୍କରେ ଖୁବ୍ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଲାଣି ।

ତେବେ ନୁସରତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ୧୭ ତାରିଖ ସକାଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୨୦୧୯ରେ ପ୍ରଥମଥର ପାଇଁ ନୁସରତ୍ ଜାହାନ ତୃଣମୂଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ସାଂସଦକୁ ଯାଇଥିଲେ । ତେବେ ପ୍ରଥମେ ତାଙ୍କର ବେଶଭୂଷାକୁ ନେଇ ତାଙ୍କୁ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଅଭିନେତ୍ରୀ ନୁସରତ୍ ଏଥର ଶୀତ ଅଧିବେଶନରେ ଅନୁପସ୍ଥିତ ରହିବାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ବଢ଼ିବା ପରେ ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଥିଲା । ')}

Leave a Reply