ମଞ୍ଚରେ କାନ ଧରି ନେତା ହେଲେ ବସ୍ ଉଠ, କହିଲେ ପାପର କରୁଛି ପ୍ରାୟଶ୍ଚିତ

1 min read

କୋଲକାତା: ରୋଚକ ହେଉଛି ପଶ୍ଚିମବଙ୍ଗ ରାଜନୀତି । ନିର୍ବାଚନ ପାଖଉଛି, ଉଷ୍ଣତା ବଢ଼ୁଛି । ଜାରି ରହିଛି ନେତାଙ୍କ ଦଳ ଅଦଳବଦଳ । ନିର୍ବାଚନ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଜନସଭା ମାନ ଆୟୋଜିତ ହେଉଥିବା ବେଳେ ନେତା ଷ୍ଟେଜରେ ବସ୍ ଉଠ ହେବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

TMC leader does ‘uthak-baithak’ on stage as he joins BJP

ନିକଟରେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ ବ୍ଲକ ସ୍ତରର ନେତା ସୁଶାନ୍ତ ପାଲ୍ । ସେ ବିଜେପିରେ ମିଶିବା ପରେ ମଞ୍ଚରେ କାନ ଧରି ଉଠ ବସ୍ ହୋଇଛନ୍ତି । ଆୟୋଜିତ ଏକ ଜନସଭାରେ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ମଞ୍ଚରେ ଉଠ ବସ୍ ହୋଇଛନ୍ତି ଟିଏମସର ଏହି ପୂର୍ବତନ ନେତା । ଟିଏମସିରେ ଏତେ ଦିନ ଥିବାରୁ ପାପର ପ୍ରାୟଶ୍ଚିତ କରୁଥିବା ସୁଶାନ୍ତ କହିଛନ୍ତି ।

TMC leader does ‘uthak-baithak’ on stage as he joins BJP

ଜନସଭାରେ ଉଦବୋଧନ ଦେଇ ସୁଶାନ୍ତ ପାଲ୍ କହିଛନ୍ତି- ସେ ପୂର୍ବରୁ ବିଜେପି ନେତା ଥିଲେ । କିନ୍ତୁ, ୨୦୦୫ ମସିହାରେ ସରକାରରୁ ବାମଦଳକୁ ଗାଦିଚ୍ୟୁତ୍ କରିବାକୁ ଟିଏମସିରେ ମିଶିଥିଲି । ମୋତେ ସେଥିପାଇଁ କ୍ଷମା କରି ଦିଅନ୍ତୁ । ମୋ ପାପ ପାଇଁ ନିଜକୁ ନିଜେ ଶାସ୍ତି ଦେଉଛି କହି ସମସ୍ତ ସାମ୍ନାରେ କାନ ଧରି ମଞ୍ଚରେ ବସ୍ ଉଠ୍ ହୋଇଥିଲେ ସୁଶାନ୍ତ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Leave a Reply