ଲକ୍ଷଣ ଦେଖାନଯିବା ଏବଂ ଭେଣ୍ଟିଲେଟରେ ଭର୍ତ୍ତି ହେବା ମଧ୍ୟରେ ସମୟର ବ୍ୟବଧାନ ୨୪ ଘଣ୍ଟା

ଭୁବନେଶ୍ୱର: ମନସ୍ତତ୍ତ୍ୱବିତଙ୍କ କହିବାନୁଯାୟୀ ମନୁଷ୍ୟ ବିପଦର ମାତ୍ରା ଅପେକ୍ଷ ଅଧିକ ଭୟ କରିଥାଏ । ପରବର୍ତ୍ତୀ ସମୟରେ ବିପଦ ବଢ଼ିଥିଲେ ସୁଦ୍ଧା ଭୟ କମିଯାଏ । କିନ୍ତୁ ଭୟ କମିବା ସହିତ ମଣିଷ ଅସାବଧାନତା ମଧ୍ୟ ବଢ଼ିଯାଏ । ଯାହା କରୋନା ମହାମାରୀ ଭଳି ପରିସ୍ଥିତିରେ ଅତ୍ୟନ୍ତ ବିପଜ୍ଜନକ । ଆମକୁ ଭୟ ଓ ସାବଧାନତାକୁ ପୃଥକ ରଖିବାକୁ ହେବ । ଭୟକୁ କମାଇବାକୁ ହେବ ଏବଂ ସାବଧାନତାକୁ ବଢ଼ାଇବାକୁ ହେବ ବୋଲି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚିତ କରିଛନ୍ତି । ଭୟ କମିବା ଏବଂ ଅସାବଧାନତା ବଢ଼ିବା ଯୋଗୁଁ ପରିସ୍ଥିତି କିଭଳି ଭୟାବହ ହୋଇପାରେ ଏହାର ୨ଟି ଉଦାହରଣ ଦେଇଛନ୍ତି ଶ୍ରୀ ବାଗ୍‌ଚୀ ।

Subroto Bagchi reprimands media not to press for personal info on ...

୧.  ବେଙ୍ଗାଲୁରୁରୁ ଜଣେ ଯୁବକ  ଭୁବନେଶ୍ୱରକୁ ଫେରିଥିଲେ । ସେ ବିମାନରେ ଫେରିବା ସମୟରେ ପିପିଇ କିଟ୍, ମାସ୍କ ଓ ଫେସ୍‌ ସିଲ୍ଡ ମଧ୍ୟ  ପିନ୍ଧିଥିଲେ । ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ନେଇ ପରାମର୍ଶ ଦିଆଯିବା ସହ କ୍ୱାରେଣ୍ଟାଇନ୍‌ କ’ଣ ବୁଝାଯାଇଥିଲା । ସେ ପ୍ରଥମେ ହୋମ୍‌କ୍ୱାରେଣ୍ଟାଇନ୍‌ରେ ମଧ୍ୟ ରହିଥିଲେ । କିନ୍ତୁ ଦିନେ ଦୁଇ ଦିନ ମଧ୍ୟରେ କୌଣସି ଲକ୍ଷଣ ଦେଖାନଯିବାରୁ ସେ ଘର ଲୋକଙ୍କ ସହ ମିଳାମିଶା ଆରମ୍ଭ କରିଦେଇଥିଲେ । ଆଉ ଦିନେ ଦୁଇ ଦିନ ପରେ ସେ ସାଙ୍ଗ ସାଥିଙ୍କ ସହ ମଧ୍ୟ ମିଳାମିଶା ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ସହିତ ତାଙ୍କ ପରିବାର ଲୋକ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଏବଂ ତାଙ୍କ ସାଙ୍ଗ ସାଥିଙ୍କୁ ଖୋଜୁଛନ୍ତି ରାଜ୍ୟ ସରକାର ।

Coronavirus | Entire Odisha now under lockdown - The Hindu

୨. ବ୍ରହ୍ମପୁରରେ ଲକ୍‌ଡାଉନ୍‌ ଲାଗୁ ଥିବା ସମୟରେ ଜଣେ ଗହଣା ବ୍ୟବସାୟୀ ଘର ଘର ବୁଲି ଗହଣା ବିକୁଥିଲେ । ଏ ସମ୍ପର୍କରେ ପ୍ରଶାସନ ଅବଗତ ହେବା ପରେ ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯିବା ସହିତ ପରୀକ୍ଷା ପାଇଁ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ।  କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ସେ ବ୍ରହ୍ମପୁରରୁ ଭୁବନେଶ୍ୱର ଚାଲିଆସିଥିଲେ ଏବଂ ଅନେକ ଲୋକଙ୍କ ସହ ମିଳାମିଶା କରିଥିଲେ  । ଇତିମଧ୍ୟରେ ତାଙ୍କ ଠାରେ ଲକ୍ଷଣ ବୃଦ୍ଧି ପାଇବାରେ ଲାଗିଲା । ଏବଂ ସେ ଘରୋଇ ଡାକ୍ତରଖାନାକୁ ପରୀକ୍ଷା ପାଇଁ ଗଲେ । ଏବେ ସେ ନିଜେ ବିପଦରେ ଅଛନ୍ତି ଏବଂ ଅନେକ ଲୋକଙ୍କୁ ବିପଦ ପରିସରକୁ ଟାଣିଆଣିଛନ୍ତି ।

There Aren't Enough Ventilators to Cope With the Coronavirus - The ...

କୋଭିଡ ସମସ୍ତଙ୍କୁ ମାରୁନାହିଁ, କିନ୍ତୁ ଭେଣ୍ଟିଲେଟର ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟରେ ସମୟର ବ୍ୟବଧାନ ୨୪ ଘଣ୍ଟା ଠାରୁ ମଧ୍ୟ କମ୍‌ ରହିଛି । ଏଣୁ ଆମକୁ ମନେ ରଖିବାକୁ ପଡ଼ିବା ସାରା ବିଶ୍ୱରେ ଆଶଙ୍କା କମିନାହିଁ ବରଂ ବଢ଼ିବଢ଼ି ଚାଲିଛି । ଲୋକେ ଘରେ ରହି ବିରକ୍ତ ଅନୁଭବ କଲେ ଟାଇମ୍ ପାସ୍ ପାଇଁ ଗାଡ଼ି ବାହର କରି ବୁଲିବାକୁ ବାହାରିଯାଆନ୍ତି । କିନ୍ତୁ ଏଭଳି ଟାଇମ୍‌ ପାସ୍‌ ଇକ୍ୟୁଆଲଟୁ ଲାଇଫ୍ ପେଲ୍‌ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ବାଗଚୀ ।

Leave a Reply