ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଦୁଃଖି ଥିଲେ ସିୟା କକ୍କଡ… ପରିବାର ଲୋକେ କଲେ ଏହି ଖୁଲାସା

TikTok star sia kakkar death comes days after actor Sushant Singh Rajput died by suicide

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫେମସ ଟିକ୍ ଟକ୍ ତାରକା ସିୟା କକ୍କଡ ବହୁତ ଦୁଃଖି ଥିଲେ ।  ଏହି ଖବର ପରେ ଗୋଟେ ସପ୍ତାହରୁ ଅଧିକ ସେ ଡିପ୍ରେସନରେ ଥିଲେ। ଅବଶ୍ୟ ଶିୟାଙ୍କ ଜୀବନଶୈଳୀରେ ଏନେଇ କୌଣସି ପରିବର୍ତ୍ତନ ହୋଇନଥିଲା, କିନ୍ତୁ ପରିବାର ଲୋକେ ସିୟାଙ୍କର ଏହି ମନୋଭାବ ବୁଝିପାରିଥିଲେ । ଟିକ୍ ଟକ୍ ଷ୍ଟାରଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଲକଡାଉନ୍ ପରେ ପ୍ରାୟ ତିନିମାସ ଧରି ପରିବାର ଲୋକେ ଘରୁ ବାହାରି ନଥିଲେ। ପରିବାର ଲୋକେ କାହାକୁ ସନ୍ଦେହ କରି ନାହାନ୍ତି । ସିୟାଙ୍କ ଆତ୍ମହତ୍ୟାରର ଅନୁସନ୍ଧାନ ଏଯାଏଁ ପୋଲିସ ଜାରି ରଖିଛି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଟିକ୍ ଟକ୍ ଷ୍ଟାରଙ୍କ ଦାଦା ଏବଂ ବାପା ଦାନ୍ତ ଡାକ୍ତର । ଡାକ୍ତର ଭାବରେ ସେମାନେ ସିୟାଙ୍କ ଡିପ୍ରେସନକୁ ଅନୁଭବ କରିଥିଲେ । ସିୟାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏଯାଏଁ ଆସିନାହିଁ । ହେଲେ ପୋଲିସ ତଦନ୍ତରୁ ଜଣା ପଡିଛି ଯେ, ସିୟା ଫାଶୀ ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ସିୟାଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ଦେଖିବାକୁ ମିଳିନାହିଁ । ତାଙ୍କୁ କୌଣସି ପ୍ରକାରର ଧମକ ମିଳୁନଥିଲା କିମ୍ବା ବିପଦ ମଧ୍ୟ ନଥିଲା । ଯାହା ପୋଲିସ ଅଧିକାରୀ ଅସ୍ୱୀକାର କରୁଛନ୍ତି। ସମ୍ପର୍କୀୟମାନେ ମଧ୍ୟ ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ ସିୟାଙ୍କୁ କୌଣସି ପ୍ରକାର ଧମକ ମିଳୁନଥିଲା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଟିକ୍ ଟକ୍ ଷ୍ଟାରଙ୍କର ଜଣେ ଭାଇ ଏବଂ ଭଉଣୀ ଅଛନ୍ତି । ବୁଧବାର ରାତି ପ୍ରାୟ ୮:୩୦ ସମୟରେ ତାଙ୍କ ମାଆ ରୋଷେଇ ଘରେ ଥିଲେ । ଦାଦା ଏବଂ ବାପା କ୍ଲିନିକରେ ଥିଲେ । ସିୟା ତାଙ୍କ ଘରେ ବୁଲୁଥିଲେ। ତାଙ୍କ ମାଆ ସିୟାକୁ ଦଶ ମିନିଟ୍ ପୂର୍ବରୁ ବୁଲୁଥିବାର ଦେଖିଥିଲେ । କିଛି ସମୟ ପରେ, ସିୟା ତାଙ୍କ ରୁମ୍ ଗେଟ୍ ବନ୍ଦ କରିଦେଇଥିଲେ । ତାଙ୍କ ମାଆ ବାରମ୍ବାର ଡାକିବା ପରେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ । ଯେତେବେଳେ ପରିବାର ଲୋକେ ରୁମ୍ ଭିତରକୁ ଗଲେ, ସେତେବେଳେ ସିୟା ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ସିୟା ଟିକ୍ ଟକ୍ ଭିଡିଓ ପାଇଁ ଟଙ୍କା ପାଉଥିଲେ । ଏହି ଟଙ୍କା ପେଟିଏମ୍ ରେ ଆସୁଥିଲା  । ସିୟା ପ୍ରାୟ ତିନି ବର୍ଷରୁ ଟିକ୍ ଟକ୍ ଭିଡିଓ କରୁଥିଲେ । ସିୟାର ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ପୋଲିସ ତଦନ୍ତ କରୁଛି। ସିୟାଙ୍କ ଆପଲ ମୋବାଇଲରେ ଏକ ପାସୱାର୍ଡ ରହିଛି । ସେଥିପାଇଁ ମୋବାଇଲ୍ ଖୋଲାଯାଇପାରିବ ନାହିଁ। ତାଙ୍କ ମୋବାଇଲର କଲ୍ ଡିଟେଲ୍ସ ମଗାଯାଇଛି । ସିୟା ଶେଷ ମୁହୂର୍ତ୍ତରେ କାହା ସହିତ କଥା ହୋଇଥିଲେ ତାହା କଲ୍ ରେକର୍ଡ ଆସିବା ପରେ ହିଁ ଜଣାପଡିବ । ପୋଲିସ ଯାଞ୍ଚ କରିବା ପାଇଁ ମୋବାଇଲକୁ ଫୋରେନସିକ୍ ଲ୍ୟାବ ପଠାଇବ। ତେବେ ରିପୋର୍ଟ ଆସିବା ପରେ ସିୟାଙ୍କ ମୃତ୍ୟୁ ମାମଲା ନେଇ କିଛି କୁହାଯାଇପାରିବ ବୋଲି ପୋଲିସ କହିଛି ।

Leave a Reply