ଆଉ ଫେରିବନି ଟିକ୍‌ଟକ୍‌, ୨୦୦୦ କର୍ମଚାରୀ ହରାଇବେ ଚାକିରି

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାକୁ ଯାଉଛି ଟିକ୍‌ଟକ୍‌ । ପୁଣି ଥରେ ଏହି‌ ଆପ୍‌କୁ ଭାରତରେ ଅନୁମତି ମିଳିବା ନେଇ ଯେଉଁ ଆଶା ଥିଲା ତାହା ଧିରେ ଧିରେ ମଉଳିବାରେ ଲାଗିଛି । ୨୦୨୦ ଜୁନ୍‌ରେ ଭାରତରେ ଟିକ୍‌ଟକ୍‌ ଆପ୍ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ଏହିରି ଭିତରେ ଭାରତ ସରକାରଙ୍କ ନିୟମ ଅନୁଯାୟୀ ଟକ୍‌ଟକ୍‌ ପୁଣି ଥରେ ଫେରିବା ପାଇଁ ଅନେକ ଚେଷ୍ଟା କରିଥିଲା । ହେଲେ ସଫଳ ହୋଇପାରିଲା ନାହିଁ । ତେଣୁ ଆପ୍ ବନ୍ଦ ହେବାର ୬ ମାସ ପରେ କମ୍ପାନୀ ପକ୍ଷରୁ ୨୦୦୦ କର୍ମଚାରୀଙ୍କ ଛଟେଇ କରାଯିବା ନେଇ ନିଷ୍ପତି ହୋଇଛି । ଭାରତରେ ଟିକ୍‌ଟକ୍‌ କମ୍ପାନୀରେ ଚାକିରି କରିଥିବା ପ୍ରାୟ ୨୦୦୦ କର୍ମଚାରୀ ଏବେ ଚାକିରି ହରାଇବେ । ଏନେଇ ସଂସ୍ଥାର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଲଦାଖ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ବଢ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୯ଟି ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲାଗିଥିଲା । କାରଣ ଚୀନ୍‌ ଏହି ସବୁ ଆପ୍‌ ମାଧ୍ୟମରୁ ଭାରତରୁ ମୋଟ ଅଙ୍କର ରୋଜଗାର କରୁଥିଲା । ଏହି ଆପ୍‌ଗୁଡ଼ିକୁ ବନ୍ଦ କରିବା ଦ୍ୱାରା ଚୀନ୍‌କୁ ଶକ୍ତ ଅର୍ଥନୈତିକ ଧକ୍କା ଲାଗିଥିଲା ।

Leave a Reply