ପ୍ରେମରେ ଧୋକା ଖାଇ ରାସ୍ତାରେ ବୁଲୁଥିଲେ, ଟିକଟକରେ କେହି କରିଦେଲା ଭିଡିଓ, ତା ପରେ…

1 min read

ଭୋପାଳ : ଏବେ ସବୁଠି ସୋସିଆଲ୍ ମିଡିଆର କ୍ରେଜ୍  । ୟଙ୍ଗଷ୍ଟାର୍ସ ହୁଅନ୍ତୁ ଅବା ବୟସ୍କ ସମସ୍ତେ କାଫି ଆକ୍ଟିଭ୍ ରୁହନ୍ତି ସୋସିଆଲ୍ ମିଡିଆରେ । କିନ୍ତୁ ଏହାରି ଭିତରେ ଟିକ୍ ଟକ୍ ଆପ୍ ହେଉଛି ସମସ୍ତଙ୍କର ପ୍ରିୟ । କାରଣ ଏହା ଏଣ୍ଟରଟେନମେଣ୍ଟର ଖୋରାକ୍ ଯୋଗାଏ  । ଆଉ ଏହି ଟିକ୍ ଟକ୍ ଯେ ଜଣଙ୍କର ଜୀବନ ବଦଳାଇଦେବ ଏହା କେହି କେବେ ଚିନ୍ତା କରିନଥିବେ ? କିନ୍ତୁ ଏହା ସତ ।

ପ୍ରେମରେ ଧୋକା ଖାଇ ପ୍ରେମିକରୁ ପାଗଳ ସାଜିଥିବା ଯୁବକଙ୍କ ଜୀବନ ବଦଳାଇ ଦେଇଛି ଟିକ୍ ଟିକ୍ । ଘଟଣାଟି ହେଉଛି ମଧ୍ୟପ୍ରଦେଶର । ଆପଣ ବି ଏହି ଯୁବକଙ୍କ ଭିଡିଓ ନିଶ୍ଚୟ ଦେଖିଥିବେ । ଆଉ ଯଦି ଦେଖିନାହାଁନ୍ତି ତେବେ ଏଇଠି ଦେଖନ୍ତୁ ।

ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ହେଲେ ଗଣେଷ ପାରିଓ୍ବାଲ୍ । ଏବେ ଗଣେଷ ଭଲ ଅଛନ୍ତି । ଆପଣ ଦେଖିପାରୁଥିବେ କିଭଳି ତାଙ୍କୁ ପାର୍ଲର୍ ନିଆଯାଇ ତାଙ୍କୁ ନୂଆ ଲୁକ୍ ଦିଆଯାଉଛି  । କିନ୍ତୁ ପ୍ରକୃତ ଘଟଣାଟି ହେଲା ଗଣେଷ ପ୍ରେମରେ ଧୋକା ଖାଇବା ପରେ ମାନସିକ ଦୁଶ୍ଚିନ୍ତାରେ ରହି ନିଜର ସତ୍ତା ହରାଇବସିଥିଲେ । ଖାଲି ସେତିକି ନୁହେଁ ସେ ପାଗଳପ୍ରାୟ ହୋଇପଡ଼ିଥିଲେ  ।  ଆଉ ସୋସିଆଲ୍ ମିଡିଆ ତାଙ୍କୁ ତାଙ୍କ ପରିଚୟ ଦେବା ସହ ପରିବାର ଲୋକଙ୍କୁ ଯୋଗାଯୋଗ କରାଇପାରିଛି । ଏବେ ତାଙ୍କର ଚିକିତ୍ସା ଚାଲିଛି ।

କିଛି ଯୁବକ ଏହି ବ୍ୟକ୍ତିଙ୍କୁ ରାସ୍ତାରେ ପାଇ ତାଙ୍କର ଭିଡିଓ କରିଥିଲେ  । ଧିରେ ଧିରେ ତାଙ୍କ ସହ କଥା ହୋଇ ଠିକଣା ଏବଂ ପରିଚୟ ଜାଣିବାକୁ ପାଇଥିଲେ  । ତେବେ ପ୍ରେମରେ ଧୋକା ଖାଇ ତାଙ୍କର ଏଭଳି ଅବସ୍ଥା  ହୋଇଥିବା ସେମାନେ ଜାଣିପାରିଛନ୍ତି । ଖାଲି ଏତିକି ନୁହେଁ ସେ ବହୁ ଡିଗ୍ରୀର ଅଧିକାରୀ ବୋଲି ପରେ ଜଣାପଡ଼ିଥିଲା ।

ପରେ ସେହି ଯୁବକମାନେ ଏକ NGO ସହ ଯୋଗାଯୋଗ କରିଥିଲେ  । ବର୍ତ୍ତମାନ ସେ NGOରେ ଥିବାବେଳେ ତାଙ୍କର ଚିକିତ୍ସା ଚାଲିଛି  । ଆଉ ଏ ସବୁ ସମ୍ଭବ ହୋଇପାରିଛି କେବଳ ସୋସିଆଲ୍ ମିଡିଆ ପାଇଁ । ବେଳେବେଳେ ଟିକଟକକୁ ସମାଲୋଚନା କରାଯାଉଥିବା ବେଳେ କିଛି କ୍ଷେତ୍ରରେ ଏହାର ସକରାତ୍ମକ ଦିଗ ମଧ୍ୟ ରହିଛି । ')}

Leave a Reply