ମାସକୁ ୧୫ ରୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଟିକ୍ ଟକ୍ ଷ୍ଚାର୍ସ ! ଆପ ବନ୍ଦ ହେବା ପରେ…

1 min read
tik tok stars earned 15 to 25 lakhs per month

ନୂଆଦିଲ୍ଲୀ: LAC ଉପରେ ଚୀନ୍‌ର ଉତ୍ପାତ ପରେ ଏବେ ଭାରତରେ ଚାଇନା ଜିନିଷକୁ ବୟକଟ୍ କରାଯାଉଛି । ନିକଟରେ ଭାରତ ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ସରକାର । ଟିକ୍‌ଟକ୍‌ ଆପ୍‌ ଲକ୍ ହୋଇସାରିଛି । ଏବେ ଦେଶରେ ୫୯ଟି ଚାଇନିଜ୍ ଆପ୍ କୌଣସି ଫୋନ୍ ରେ କାମ କରିବ ନାହିଁ । କିନ୍ତୁ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ଆପତ୍ତି ମଧ୍ୟ କରିଛନ୍ତି ।

ଟିକ୍ ଟକ୍ ବେଶ ଲୋକପ୍ରିୟ ଆପ୍ ଥିଲା । ଏହା ଏକ ଏମିତି ଆପ୍ ଥିଲା, ଯେଉଁଥିରୁ ଅନେକ ଲୋକ ଫେମସ ହେବା ସହ ଟଙ୍କା ରୋଜଗାର କରୁଥିଲେ । TikTok ହେଉଛି ଏକ ପ୍ଲାଟଫର୍ମ ଯେଉଁଥିରେ ଲୋକମାନେ ଛୋଟ ଭିଡିଓ ପ୍ରସ୍ତୁତ କରନ୍ତି । ଏହି ଆପରେ, ଲୋକମାନେ ନୃତ୍ୟ, କମେଡି, ଗୀତ ଏବଂ ବିଭିନ୍ନ ଉପାୟରେ ଲୋକଙ୍କର ମନୋରଞ୍ଜନର କାରଣ ପାଲଟୁଥିଲେ । କିଛି ଷ୍ଟାର୍ସ ଏମିତି ଅଛନ୍ତି ଯେଉଁମାନେ TikTok ଦ୍ୱାରା ରାତାରାତି ଷ୍ଟାର ହୋଇଥିଲେ । ଏଥିରେ ଅନେକ ଲୋକଙ୍କର ଲକ୍ଷ ଲକ୍ଷ, ଫଲୋଅର୍ସ ଥିଲେ, ଯେଉଁମାନେ ଟିକ୍ ଟକ୍ ଇନଫ୍ଲୁଏନ୍ସର ଭାବରେ ପରିଚିତ ହୋଇଛନ୍ତି ।

ଟିକ୍ ଟକ୍ କରିବା ପରେ କିଛି ଲୋକ ବହୁତ ଲୋକପ୍ରିୟ ହୋଇଛନ୍ତି । ଯେୋଉଁମାନଙ୍କୁ ଅନେକ ଶୋ, ଇଭେଣ୍ଟ ଏବଂ ବଡ ଇଭେଣ୍ଟରେ ମଧ୍ୟ ରୋଜଗାର କରିବାର ସୁଯୋଗ ମିଳୁଥିଲା । ଟିକ୍ ଟକ ତାରକାମାନଙ୍କ ସହିତ, ସେମାନଙ୍କର ମ୍ୟାନେଜରମାନଙ୍କୁ ମଧ୍ୟ ଅନେକ ଫାଇଦା ମିଳୁଥିଲା । ଏହି କାର୍ଯ୍ୟକ୍ରମଗୁଡିକରୁ ସେମାନେ ଖୁବ ଉପକୃତ ହେଉଥିଲେ । କାରଣ ବଡ ଚଳଚ୍ଚିତ୍ର ତାରକା ପରିବର୍ତ୍ତେ, ଟିକ୍ ଟକ୍ ଷ୍ଟାର୍ସମାନେ କମ୍ ଫି ନେଉଥିଲେ ଏବଂ ସେମାନେ ମଧ୍ୟ ଲକ୍ଷ ଲକ୍ଷ କୋଟି ଲୋକଙ୍କ ମଧ୍ୟରେ ଚର୍ଚ୍ଚିତ ଥିଲେ । କାହାକୁ ଏହି ଆପ୍ ମାଧ୍ୟମରେ ସିରିଏଲରେ ଏଣ୍ଟ୍ରି ମିଳିଛି ତ କିଏ ବଲିଉଡ ଆଲବମ୍ ଜଗତରେ ପ୍ରତିଷ୍ଠିତ ହୋଇଛି ।

ଟିକ୍ ଟକ୍ ଷ୍ଟାର ମ୍ୟାନେଜର ତଥା PR ହିମନଶୁ ଝୁନଝୁନୱାଲା କହିଛନ୍ତି ଯେ, ଜଣେ ଫେମସ ଟିକ୍ ଟକ୍ ଷ୍ଟାର ଗୋଟିଏ ମାସରେ ପ୍ରାୟ ୧୫ ରୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। କେବଳ ସାଧାରଣ ଲୋକ ଟିକ୍ ଟକ୍ ଷ୍ଟାର ନଥିଲେ, ଟିଭି ତାରକା ତଥା ଚଳଚ୍ଚିତ୍ର ତାରକାମାନେ ମଧ୍ୟ ଏହି ପ୍ଲାଟଫର୍ମ ମାଧ୍ୟମରେ ନିଜକୁ ଓ ଅନେକ ବ୍ରାଣ୍ଡକୁ ପ୍ରମୋଟ କରୁଥିଲେ । ଏହି ତାଲିକାରେ ଶିଳ୍ପା ଶେଟ୍ଟୀ, ସୋନୁ ସୁଦ, ରିତେଶ ଦେଶମୁଖଙ୍କ ଭଳି କଳାକାର ସାମିଲ ଥିଲେ।

ଅନେକ ଟିକ୍ ଟକ୍ ତାରକା ବିଶ୍ୱାସ କରନ୍ତି ଯେ, ଟିକ୍ ଟକ୍ ବ୍ୟାନ ହେବା ପରେ ତାଙ୍କର କୌଣସି ଅସୁବିଧା ହେବ ନାହିଁ । କାରଣ ସେମାନେ ଟିକ୍ ଟକ୍ ସହିତ ଫେସବୁକ୍, ଇନଷ୍ଟାଗ୍ରାମ ଭଳି ଆପ୍ ବ୍ୟାବହାର କରନ୍ତି । ଏହା ବ୍ୟତୀତ ଚିଙ୍ଗାରି ଏବଂ ଟକିଜ୍ ଭଳି ଆପ୍ ବଜାରରେ ରହିଛି । ରିପୋର୍ଟ ଅନୁସାରେ ଟିକ୍ ଟକ୍ ବ୍ୟାନ୍ ହେବା ପରେ ଗୋଟିଏ ଦିନରେ ଚିଙ୍ଗାରି ଆପର ୧ ମିଲିୟନରୁ ଅଧିକ ଲୋକେ ଡାଉନଲୋଡ୍ କରିଛନ୍ତି ।

Leave a Reply