ସମ୍ବଲପୁର ବାମରା ବନଖଣ୍ଡ କେଶେଇବାହାଲରୁ ଆହତ ହେଟାବାଘ ଉଦ୍ଧାର…

1 min read

ସମ୍ବଲପୁର: ସମ୍ବଲପୁର ବାମରା ବନଖଣ୍ଡ କେଶେଇବାହାଲରୁ ହେଟାବାଘ ଉଦ୍ଧାର କରାଯାଇଛି । ଜଙ୍ଗଲ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ ଆହତ ଅବସ୍ଥାରେ ଏକ ହେଟାବାଘ ଉଦ୍ଧାର କରାଯାଇଛି । ହେଟାବାଘ ଆହତ ଥିବାରୁ ତାକୁ ଚିକିତ୍ସା କରି ବାମରା ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l ସୂଚନାଯୋଗ୍ୟ ଯେ, ବାମରା-କୁଚିଣ୍ଡା ରାଜ୍ୟ ରାଜପଥ କେଶେଇବାହାଲ ପଡିଆର କଲେଜ ନିକଟରେ ବାଘଟି ରାସ୍ତାପାର ହେଉଥିବା ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବାମରା ଫରେଷ୍ଟ ଡିଭିଜନ ନିକ୍ତିମାଲ ଫରେଷ୍ଟର ସଞ୍ଜୟ ପଟେଲ କିଛି ଫରେଷ୍ଟଗାଡ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେମାନେ ଗ୍ରାମବାସୀଙ୍କ ସହିତ ମିଶି ଜାଲ ସାହାଯ୍ୟରେ ହେଟାବାଘକୁ ଧରିଥିଲେ। ଧରିବା ପରେ ହେଟାବାଘ ଆହତ ଥିବା ଜାଣିବାକୁ ପାଇଥିଲେ। ରାସ୍ତା ପାର କରୁଥିବାବେଳେ କୌଣସି ଅଜଣା ଗାଡି ତାକୁ ଧକା ଦେଇଥିଲା । ସେଥିପାଇଁ ହେଟାବାଘଟି ଆହତ ହୋଇଥିଲା । ଆହତ ଅବସ୍ଥାରେ ସେ ଘୁଶୁଡି ଘୁଶୁଡି ରାସ୍ତା ପାର କରି ଜଙ୍ଗଲରେ ପହଞ୍ଚିଥିଲା । ଏହା ପରେ ବାଘକୁ ଉଦ୍ଧାର କରିବା ପାଇଁ ଟିମ୍ ପଠାଯାଇଥିଲା । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଫରେଷ୍ଟଗାଡ ମିଶି ତାକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତାର ଗୋଡରୁ ରକ୍ତସ୍ରାବ ହେଉଥିବାରୁ ତାକୁ ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସା କରିବା ପରେ ବାମରା ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଛି ।

 

ନନ୍ଦିଘୋଷ ବ୍ୟୁରୋ

Leave a Reply