ଓଡ଼ିଆରେ ଷ୍ଟ୍ରିମିଂ ହେବ ଅପସରା ରାଣୀଙ୍କ ‘ଥ୍ରୀଲର’, ଜାରି ହେଲା ଫାଷ୍ଟ ଲୁକ୍ ଟିଜର

1 min read

ଭୁବନେଶ୍ୱର: ରାମଗୋପାଳ ବର୍ମାଙ୍କ ୱେବ୍ ଫିଲ୍ମ ‘ଥ୍ରିଲର’ ଓଡ଼ିଆ ଭାଷାରେ ଷ୍ଟ୍ରିମିଂ ହେବ । ଥ୍ରିଲରର ଫାଷ୍ଟ ଲୁକ୍ ଟିଜର ଜାରି କରି ଏସମ୍ପର୍କରେ ସୂଚନା ଦେଇଛନ୍ତି ରାମ ଗୋପାଳ ବର୍ମା । ଏହି ଫିଲ୍ମରେ ଓଡ଼ିଆ ଅଭିନେତ୍ରୀ ଅପସରା ରାଣୀ ଓ ଅଭିନେତା ରକ୍ କାଚି ନଜର ଆସିବେ ।

‘ଥ୍ରୀଲର’ ଓଡ଼ିଆ ସମେତ ପ୍ରାୟ ସବୁ ପ୍ରମ୍ମୁଖ ଭାରତୀୟ ଭାଷାରେ ଷ୍ଟ୍ରିମିଂ ହେବ । ହିନ୍ଦି,ତାମିଲ,ତେଲଗୁ,କନ୍ନଡ,ମାଲାୟଲମ,ମରାଠୀ,ଭୋଜପୁରୀ ଓ ଗୁଜୁରାଟୀ ଭାଷାରେ ଏହାକୁ ଡବ୍ କରାଯାଇଛି । ଏହି ଫିଲ୍ମକୁ ରାମ ଗୋପାଳଙ୍କ ‘କମ୍ପାନୀ’ ପ୍ରଡକ୍ସନ ହାଉସ୍ ପ୍ରଡ୍ୟୁସ କରିଛି । ଆରଜିଭିୱାର୍ଲଡ୍ ଥିଏଟର ଡଟ୍ କମ୍, ଆରଜିଭିୱାର୍ଲଡ୍.ଡଟ୍ ଇନରେ ଏହା ଷ୍ଟ୍ରିମିଂ ହେବ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଅପସରା ରାନୀଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରି ରାମ ଗୋପାଳ ବର୍ମା କରିଥିବା ଟ୍ୱିଟକୁ ନେଇ ଓଡ଼ିଶାରେ ବେସ ଚର୍ଚ୍ଚା ହୋଇଥିଲା । ରାମ ଗୋପାଳ ବର୍ମା ସେତେବେଳେ ଟ୍ୱିଟ୍ କରି ଅପସରା ରାନୀଙ୍କୁ ବାତ୍ୟା ସହ ତୁଳନା କରି କହିଥିଲେ ଯେ, ୧୯୯୯ ପରଠାରୁ ସେ ଓଡ଼ିଶା ବିଶୟରେ କିଛି ଶୁଣିନଥିଲେ । ଓଡ଼ିଶାରେ ଭଲ ଟ୍ୟାଲେଣ୍ଟ୍ ଅଛନ୍ତି ବୋଲିଅପସରାଙ୍କୁ ଦେଖି ସେ ଜାଣି ପାରିଲେ ବୋଲି ମଧ୍ୟ ଟ୍ୱିଟ୍ କରିଥିଲେ । ଏହାକୁ ନେଇ ଅପସରାଙ୍କୁ ବିଭିନ୍ନ ସମୟରେ କୈଫତ ମଧ୍ୟ ଦେବାକୁ ପଡିଛି ।

Leave a Reply