ହନୁମାନ ପଇସା କାରବାର: ମାଷ୍ଟର ମାଇଣ୍ଡ୍ ସମେତ ୨ ସହଯୋଗୀ ଗିରଫ

ବାଲିଗୁଡ଼ା: ହନୁମାନ ପଇସା କାରବାରରେ ୩ ଡକାୟତ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ  ୮୦ହଜାର ଟଙ୍କା ସହ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ୍। ଫିରିଙ୍ଗିଆର ମାଷ୍ଟରମାଇଣ୍ଡ ପଦ୍ମଚରଣ ନାୟକ ଫୁଲବାଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ହନୁମାନ ପଇସା କାରବାର ନେଇ କଥାବାର୍ତ୍ତା କରିଥିଲା । ପାଞ୍ଚ ଲକ୍ଷ ଟଙ୍କା ଧରି ବାଲିଗୁଡ଼ା ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟକୁ ଡାକିଥିଲା।

ଟଙ୍କା ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ମହାସଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ପହଞ୍ଚିବା ପରେ ପଦ୍ମଚରଣ ଓ ତାର ଦୁଇ ସହଯୋଗୀ ସଂପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରି ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ପରେ ବାଲିଗୁଡ଼ା ପୋଲିସ୍ ମାଷ୍ଟର ମାଇଣ୍ଡ୍ ସମେତ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ୮୦ ହଜାର ଟଙ୍କା ଜବତ କରାଯାଇଛି । ଘଟଣାରେ ଆଉ କିଛି ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ତଦନ୍ତ କରୁଛି ପୋଲିସ ।

ନନ୍ଦିଘୋଷ ବ୍ୟୁରୋ

Leave a Reply