ଡିଜେ ବଜାଇ ପଙ୍ଗପାଳ ହଟାଇବା ପାଇଁ ନିଷ୍ପତ୍ତି ନେଲା ଦିଲ୍ଲୀ ସରକାର

1 min read

ପଙ୍ଗପାଳ ହଟାଇବା ପାଇଁ ଦିଲ୍ଲୀ ସରକାର ନୂଆ ଉପାୟ ଆପଣାଇଛନ୍ତି । ଡ୍ରମ ଓ ଡିଜେ ବଜାଇ ପଙ୍ଗପାଳଙ୍କୁ ହଟାଯିବ । ମିଳିଥିବା ସୂଚନା ଅନୁଯାୟୀ, ପଙ୍ଗପାଳର ଏକ ବଡ ଦଳ ପଲବଲ ମୁହାଁ ହୋଇଛନ୍ତି । ମାତ୍ର ଏକ ଛୋଟ ପଙ୍ଗପାଳ ଗୋଷ୍ଠୀ ଜସୋଲା ଓ ଭାଟି ଅଞ୍ଚଳ ଆଡକୁ ଯାଉଛନ୍ତି । ଏହା ଦିଲ୍ଲୀର ସୀମା ଅଞ୍ଚଳର । ଏନେଇ ସୂଚନା ମିଳି ସାରିବା ପରେ ଦିଲ୍ଲୀର ବିକାଶ ମନ୍ତ୍ରୀ ଗୋପାଳ ରାୟ ଏକ ଜରୁରୀକାଳୀନ ବୈଠକ ଡକାଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁଯାୟୀ, ସୀମା ଅଞ୍ଚଳରେ ଡ୍ରମ ଓ ଡିଜେ ସହାୟତାରେ ଶଦ୍ଦ ସୃଷ୍ଟି କରଯିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି  । ସେହିଭଳି ଦକ୍ଷିଣ, ପୂର୍ବ ଓ ଦକ୍ଷିଣ-ପୂର୍ବ ଜିଲ୍ଲାଗୁଡିକୁ ଏନେଇ ପୂର୍ବ ପ୍ରସ୍ତୁତି ଶେଷ କରିବା ପାଇଁ କୁହାଯାଇଛି ।

ତେବେ ଏବେ ବାୟୁ ଦିଲ୍ଲୀର ଦକ୍ଷିଣ ଭାଗ ଆଡକୁ ପ୍ରଭାବିତ ହେଉଛି । ଏଣୁ ପଙ୍ଗପାଳମାନେ ସେହି ଦିଗରେ ଯାଉଛନ୍ତି । ବାୟୁ ପ୍ରବାହ ବଦଳିଲେ ପଙ୍ଗପାଳ ଦିଲ୍ଲୀ ସହର ମଧ୍ୟରେ ପଶିବାର ସମ୍ଭାବନା ରହିଛି । ସେହିଭଳି ନୋଏଡାରେ ମଧ୍ୟ ପଙ୍ଗପାଳ ଦେଖିବାକୁ ମିଳିଲେଣି । ଏଣୁ ନୋଏଡା ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଓ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ରହିବା ପାଇଁ କୁହାଯାଇଛି । ଗୁରୁଗ୍ରାମର ଅନେକ ସ୍ଥାନରେ ମଧ୍ୟ ପଙ୍ଗପାଳ ପହଞ୍ଚିଲେଣି । ଦିଲ୍ଲୀ ସରକାର ବିଶେଷ ଭାବେ ପ୍ରାଥମିକ ସ୍ତରରେ ଚାଷଜମିକୁ କିଭଳି ଭାବେ ପଙ୍ଗପାଳଙ୍କ କବଳରୁ ରକ୍ଷା କରାଯାଇପାରିବ ସେ ନେଇ ଧ୍ୟାନ ଦେଉଛି ।

Leave a Reply