ଆଗକୁ ଚୀନକୁ ଲାଗିବ ୪ହଜାର କୋଟିର ଝଟକା ! ଜାଣନ୍ତୁ କେମିତି…

this raksha bandhan indian traders denies to buy chinese rakhi

ନୂଆଦିଲ୍ଲୀ: ଚୀନ ସୀମାରେ ବଢୁଥିବା ଉତ୍ତେଜନା ଦେଶରେ ମଧ୍ୟ ପ୍ରତିଫଳିତ ହେଉଛି । ସୀମାରେ ସେନା ଏବଂ କୂଟନୈତିକ ସ୍ଥରରେ ସରକାର ମୋର୍ଚ୍ଚା ସମ୍ଭାଳିଛନ୍ତି । ସେହିଭଳି ଦେଶରେ ଲଗାତାର ଭାବେ ଚାଇନା ପ୍ରଡକ୍ଟକୁ ବନ୍ଦ କରିବାର ନାରା ଦିଆଯାଉଛି । ଚୀନ ବିରୋଧରେ ଏହି ନାରାର ଫଳାଫଳ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଦେଖିବାକୁ ମିଳିବ । ଭାରତୀୟ ବେପାରୀମାନେ ପର୍ବପର୍ବାଣୀ ସମୟରେ ଚିନକୁ ସଠିକ୍ ଜବାବ୍ ଦେବାକୁ ସବୁ ପ୍ରକାର ପ୍ରସ୍ତୁତି କରିସାରିଛନ୍ତି ।

ରାକ୍ଷୀପୂର୍ଣ୍ଣିମାରେ ଏଥର ଦେଶର ଭାଇମାନଙ୍କ ହାତରେ ଚୀନର ନୁହେଁ ବରଂ ଭଉଣୀ ତରଫରୁ ଦେଶୀ ରାକ୍ଷୀ ବନ୍ଧାଯିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଦେଶର ୭କୋଟି ବେପାରିମାନେ ଚୀନ ରାକ୍ଷୀ ନ ବିକିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍ଥାନରେ ଦେଶରେ ତିଆରି କରାଯାଉଥିବା ରାକ୍ଷୀକୁ ବିକ୍ରି କରାଯିବ । ସୂଚନା ଅନୁସାରେ ଚୀନକୁ ଦିଆଯାଇଥିବା ପାଖାପାଖି ହଜାରେ କୋଟିର ରାକ୍ଷୀ ଅର୍ଡରକୁ କ୍ୟାନ୍ସଲ କରିଦିଆ ଯାଇଛି । ବେପାରିମାନଙ୍କ ଏଭଳି ନିଷ୍ପତ୍ତିରେ ଚୀନକୁ ତ ଝଟକା ଲାଗିବ ଏହାସହ ଦେଶରେ ମଧ୍ୟ ରୋଜଗାର ତିଆରିର ଏକ କୌଶଳ ମିଳିବ ।

ଦେଶର କ୍ଷୁଦ୍ର ବେପାରୀମାନଙ୍କ ସଂଗଠନ କନଫେଡରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ ଚୀନ ବିରୋଧରେ ଅଭିଯାନ ଚଳାଉଛନ୍ତି । ଏହି ଅଭିଯାନ ଅନୁଯାୟୀ ଚୀନରୁ ରାକ୍ଷୀ ନ କିଣିବାକୁ ନିଷ୍ପତ୍ତି ନିଆଯାଇଛି । କୁହାଯାଉଛି ଯେ, ଏହି ନିଷ୍ପତ୍ତିରେ ଚୀନକୁ ପ୍ରାୟ ୪ହଜାର କୋଟିର କ୍ଷତି ହେବ ।

ଏହି ଅଭିଜାନର ଜଣେ ପ୍ରବକ୍ତା କହିଛନ୍ତି  ଯେ, ଏହି ରକ୍ଷୀପୂର୍ଣ୍ଣିମାରେ ସ୍ୱଦେଶୀ ରାକ୍ଷୀକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରାଯାଉଛି । ଏଥିରେ ଦେଶରେ ହଜାର ହଜାର ଲୋକଙ୍କୁ ରୋଜଗାରର ଅବସର ମିଳିବ ଏବଂ ଆତ୍ମନିର୍ଭର ଭାରତର ଆହ୍ୱାନକୁ ବଳ ମିଳିବ । ଏହାସହ ସେ କହିଛନ୍ତି ଯେ, ସଂଗଠନରେ ସାମିଲ ଥିବା ପ୍ରାୟ ୭କୋଟି ବେପାରି ଏହି ନିଷ୍ପତ୍ତିରେ ତାଙ୍କର ସହମତି ଦେଇଛନ୍ତି ।

Leave a Reply