ଆସନ୍ତା କାଲି ଦେଖିବାକୁ ମିଳିବ ବର୍ଷର ତୃତୀୟ ଗ୍ରହଣ, ଜାଣନ୍ତୁ ଭାରତ ଉପରେ କଣ ରହିବ ପ୍ରଭାବ

1 min read

ନୂଆଦିଲ୍ଲୀ: ଜୁଲାଇ ୫ ତାରିଖ ୨୦୨୦ ମସିହାର ତୃତୀୟ ଗ୍ରହଣ ଲାଗିବାକୁ ଯାଉଛି । ଜଣାଇ ରଖୁଛୁ ଯେ,ଚଳିତ ବର୍ଷରେ ପ୍ରଥମ ଗ୍ରହଣ ଜାନୁଆରୀ ମାସରେ ଲାଗିଥିଲା । ଏହାପରେ ଜୁନ ୫ ତାରିଖରେ ଦ୍ୱିତୀୟ ଗ୍ରହଣ ଲାଗିଥିଲା । ଏବେ ଏକ ମାସ ମଧ୍ୟରେ ତୃତୀୟ ଗ୍ରହଣ ଲାଗିବାକୁ ଯାଉଛି । ଦୁଇଟି ଯାକ ଗ୍ରହଣ ଭାରତରେ ଦେଖିବାକୁ ମିଳିଥିଲା । ଜୁଲାଇ ୫ ତାରିଖରେ ଲାଗିବାକୁ ଯାଉଥିବା ଗ୍ରହଣ ଆଷାଢ଼ ମାସ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ସେଥିପାଇଁ ଏହି ଗ୍ରହଣ ଗୁରୁ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି ।

କେମିତି ରହିବ ଜୁଲାଇ ୫ରେ ଲାଗିବାକୁ ଯାଉଥିବା ଗ୍ରହଣ ?

ଜୁଲାଇ ୫ରେ ଲାଗିବାକୁ ଯାଉଥିବା ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ସାଧାରଣତଃ ଏମିତି ସେତେବେଳେ ହୁଏ ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିଥାଏ କିନ୍ତୁ ୩ଟି ଗ୍ରହ ଗୋଟିଏ ରେଖାରେ ରୁହନ୍ତି ନାହିଁ । ଏମିତିରେ ଚନ୍ଦ୍ରର ଏକ ଛୋଟ ପୃଷ୍ଠରେ ଅମ୍ବ୍ର ପଡ଼େ ନାହିଁ । ଜଣାଇ ରଖୁଛୁ ଯେ, ପୃଥିବୀର ମଧ୍ୟଭାଗରେ ପଡୁଥିବା ଛାୟାକୁ ଅମ୍ବ୍ର କୁହାଯାଏ | ଅବଶିଷ୍ଟ ଚନ୍ଦ୍ର ଉପରେ ପୃଥିବୀର ବାହ୍ୟ ଅଂଶର ଛାୟା ପଡ଼ିଥାଏ, ଯାହାକୁ ପିନୁମ୍ବ୍ର କିମ୍ବା ଉପଛାୟା କୁହାଯାଏ । ଏହି କାରଣରୁ, ଏହିପରି ଚନ୍ଦ୍ରଗ୍ରହଣକୁ ଉପଛାୟା ଚନ୍ଦ୍ରଗ୍ରହଣ କୁହାଯାଏ ।

ଗ୍ରହଣର ସମୟ-

ରିପୋର୍ଟ ମୁତାବକ, ଉପଛାୟା ଚନ୍ଦ୍ର ଗ୍ରହଣ ୨୦୨୦ ମସିହା, ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟରେ ଆରମ୍ଭ ହେବ । ଗ୍ରହଣର ଅଧିକ ପ୍ରଭାବ ୯ଟା ୫୯ ମିନିଟରେ ଦେଖିବାକୁ ମିଳିବ ଏବଂ ୧୧ଟା ୨୨ ମିନିଟରେ ଗ୍ରହଣ ଶେଷ ହେବ । ଏହି ଗ୍ରହଣ ପ୍ରାୟ ୪୩  ମିନିଟ ୨୪ ସେକେଣ୍ଡ ଯାଏଁ ରହିବ ।

ଭାରତରେ ଲୋକ ଦେଖିପାରିବେ କି ଚନ୍ଦ୍ର ଗ୍ରହଣ-

ଚନ୍ଦ୍ରଗ୍ରହଣ ଭାରତରେ ଜୁଲାଇ ୫ ତାରିଖରେ ସୂର୍ଯ୍ୟୋଦୟ ପରେ ଦେଖିବାକୁ ମିଳିବ । ଏମିତିରେ ଭାରତବାସୀ ଗ୍ରହଣ ଦେଖିପାରିବେ ନାହିଁ । ଏହି କାରଣରୁ ଜୁଲାଇ ୫ରେ ଲାଗିବାକୁ ଯାଉଥିବା ଗ୍ରହଣରେ ସୂତକ କାଳ ଲାଗିବ ନାହିଁ । ଏହା ସହିତ ଲୋକମାନେ ବିନା କୌଣସି ଅସୁବିଧାରେ ଗୁରୁ ପୂର୍ଣ୍ଣିମା ପାଳନ କରିପାରିବେ ।

କେଉଁ କେଉଁ ଦେଶରେ ଦେଖିବାକୁ ମିଳିବ ଗ୍ରହଣ-

ଜୁଲାଇ ୫ରେ ଲାଗିବାକୁ ଯାଉଥିବା ଗ୍ରହଣ ଆମେରିକା, ଅଷ୍ଟ୍ରେଲିଆ, ପେସିଫିକ, ଆଣ୍ଟାର୍କଟିକାରେ ଦେଖିବାକୁ ମିଳିବ । ଏହି ଗ୍ରହଣ ୨ ଘଣ୍ଟା ୪୫ ମିନିଟ ଯାଏ ରହିବ ।

Leave a Reply