ଆଇରନ ମ୍ୟାନ୍‌ ଟାଇଟଲ ଜିଣିଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଓଡ଼ିଆ ପୁଅଙ୍କ କମାଲ । ପୁଣି ଥରେ ଓଡ଼ିଆ ପୁଅ ହାତେଇଲେ ଆଇରନ ମ୍ୟାନ୍‌ ଟାଇଟଲ୍‌ । ପହଁରା ଠାରୁ ଆରମ୍ଭ କରି ସାଇକେଲିଂ, ଦୌଡ଼ ସବୁଥିରେ ରେକର୍ଡ । ୧୫ ଘଣ୍ଟା ୫୦ ମିନିଟର ପ୍ରତିଯୋଗିତାରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି । ଏଭଳି ବିଶାଳ ରେକର୍ଡ କରି ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌ ହାତେଇଛନ୍ତି ସୌଭାଗ୍ୟ କୁମାର ରଥ । ଜର୍ମାନୀର ହାମ୍ବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ୍‌ ମ୍ୟାନ୍‌ ପ୍ରତିଯାଗିତାରେ ସୌଭାଗ୍ୟ ଏହି ଟାଇଟଲ୍‌ ହାସଲ କରିଛନ୍ତି ।

ଆଇରନ ମ୍ୟାନ୍‌ ଟାଇଟଲ୍‌ ପାଇଁ ଦୌଡ଼, ସନ୍ତରଣ ଏବଂ ସାଇକେଲିଂ ଭଳି ପ୍ରତିଯୋଗିତାରେ ଶ୍ରେଷ୍ଠ ହେବାକୁ ପଡ଼ିଥାଏ । ଏହି ଟାଇଟଲ ପାଇଁ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ । ଏହି ପ୍ରତିଯୋଗିତା ୧୫ ଘଣ୍ଟା ୫୦ ମିନିଟ ଧରି ଲଗାତାର ଚାଲିଥିଲା । ପହଁରା ପାଇଁ ୨ ଘଣ୍ଟା ୨୦ ମିନିଟରେ ୩.୮ କିଲୋମିଟର ଥିବାବେଳେ ସୌଭାଗ୍ୟ ତାକୁ ୧ ଘଣ୍ଟା ୫୨ ମିନିଟ ୫୩ ସେକେଣ୍ଡରେ ଅତିକ୍ରମ କରିଛନ୍ତି ।

ସେହିଭଳି ସାଇକେଲ ଚାଳନା ପାଇଁ ୭ ଘଣ୍ଟା ୪୦ ମିନିଟରେ ୧୮୦ କିଲୋମିଟର ଥିବାବେଳେ ସୌଭାଗ୍ୟ ୭ ଘଣ୍ଟା ୪୧ ମିନିଟ୍‌ ୪୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଏବଂ ଦୌଡ଼ ପାଇଁ ୬ ଘଣ୍ଟା ରହିଥିବା ବେଳେ ସେ ଏହାକୁ ମାତ୍ର ୫ ଘଣ୍ଟାରେ ୩୦ ମିନିଟ୍‌ ୧୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି ।

ତେବେ ୩୦ରୁ ୩୪ ବର୍ଷ ବୟସ ବର୍ଗରେ ୧୨୯ ନମ୍ବର ସ୍ଥାନରେ ରହିଛନ୍ତି ସୌଭାଗ୍ୟ । ଏହି ପ୍ରଯୋଗିତାରେ ଭାରତରୁ ୧୦ ଜଣ ଭାଗନେଇଥିବା ବେଳେ ୭ ଜଣ ଆଇରନ୍ ମ୍ୟାନ ଟାଇଟଲ ଅର୍ଜନ କରିଛନ୍ତି । ପୂର୍ବରୁ ନୟାଗଡ଼ ଜିଲ୍ଲାର ସୌଭାଗ୍ୟ ଶ୍ରୀଲଙ୍କାର କଲୋମ୍ବରେ ଆୟୋଯିତ ହାପ ଆଇରନ ମ୍ୟାନ୍‌ରେ ଅଂଶଗ୍ରହଣ କରିଥିଲେ । ସୌଭାଗ୍ୟ ଓଡିଶା ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ମନୋନୀତ ହୋଇଛନ୍ତି । ଆଗକୁ ସୌଭାଗ୍ୟ ଷ୍ଟକ୍‌କାଙ୍ଗ୍ରି ପାହାଡ଼ ଚଢ଼ିବେ । ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply