ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା, ପହଞ୍ଚିଲା ଆଉ ୩ ରାଫେଲ

1 min read
Rafale

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଖୁବ୍‌ଶୀଘ୍ର ସାମିଲ ହେବ ଆଉ ୩ ରାଫେଲ । ବୁଧବାର ତୃତୀୟ ପର୍ଯ୍ୟାୟ ରାଫେଲ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଛି । ୭୦୦୦ କିଲୋମିଟରର ନନ୍‌ଷ୍ଟପ୍‌ ଯାତ୍ରା କରି ଭାରତରେ ପହଞ୍ଚିଛି ୩ ରାଫେଲ । ଏହା ଭାରତକୁ ଆହୁରି ଶକ୍ତିଶାଳୀ କରିଛି । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ ଭରିବା ସହ ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିଛି ।

ଭାରତୀୟ ବାୟୁସେନା ପକ୍ଷରୁ ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦିଆଯାଇଛି । ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ୨୦୧୬ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ୫ଟି ରଫେଲ ଆସିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟୟରେ ରାଫେଲ ଆସିଥିଲା ।

ଅନ୍ୟପଟେ ମାର୍ଚ୍ଚରେ ଆଉ ୩ ରାଫେଲ ଭାରତ ଆସିବ ବୋଲି ସ୍ଥିର ହୋଇଥିବା ବେଳେ ଏପ୍ରିଲରେ ପୁଣି ୭ଟି ରାଫେଲ ଭାରତରେ ପହଞ୍ଚିବ ।

Leave a Reply