ନିର୍ଧୁମ ସେକିଲେ ସ୍ଥାନୀୟ ଲୋକେ, କାହାକୁ କଣ ପାଇଁ ?

ସୋର: ଢ଼ୋ ଢ଼ା କରି ନିର୍ଧୁମ ସେକିଲେ । ହାତ ବାନ୍ଧି ପିଟିଦେଇ ଗଲେ ଉତ୍ୟକ୍ତ ଲୋକେ । ବିଚ୍‌ ରାସ୍ତାରେ ଚୋରକୁ ଉଲଗ୍ନ କରି ଚଲାଇ ଚଲାଇ ଚାରିଆଡ଼େ ବୁଲାଇଲେ । ଏଭଳି ଆକ୍ରୋଶର ଶିକାର ହୋଇଛି ଜଣେ ଚୋର । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା କାନାରା ବ୍ୟାଙ୍କ୍‌ ସମ୍ମୁଖରେ । ଗୋଟିଏ ସାଇକେଲ  ଚୋରକୁ ଧରି ସ୍ଥାନୀୟ ଲୋକେ ମାଡ଼ ମାରିଥିଲେ। ଫଳରେ ଚୋରକୁ ଗୁରୁତର ଅବସ୍ଥାରେ ସିମୁଳିଆ ମେଡିକାଲରେ ଭର୍ତ୍ତି କରିିଥିଲା ପୋଲିସ ।

ସୂଚନା ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସଦାନନ୍ଦପୁର ଗାଁର ପ୍ରତାପ କୁମାର ସାହୁ ଓ ତାଙ୍କ ପୁଅ ମାର୍କୋଣା କାନାରା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଇଥିଲେ । ପ୍ରତାପ ବ୍ୟାଙ୍କ୍‌ ସାମ୍ନାରେ ସାଇକେଲ ରଖି ଯାଇଥିଲେ ବ୍ୟାଙ୍କ୍‌ ଭିତରକୁ । ଏହି ସମୟରେ ଚୋର ଜଣକ ନଜର ଆଢୁଆଳରେ ସାଇକେଲଟିକୁ ଚୋରି କରୁଥିଲେ । କିନ୍ତୁ ଚୋରକୁ ଦେଖି ତାଙ୍କର ପୁଅ ଚିଲାଇବାକୁ ଲାଗିଥିଲେ  । ପୁଅର ଚିତ୍କାର ଶୁଣି ଚୋରକୁ ଧରିଥିଲେ ସ୍ଥାନୀୟ ଲୋକେ । କଣ ପାଇଁ ସାଇକେଲ ନେଉଥିଲୁ ପଚାରିବା ପରେ ହାତ ବାନ୍ଧି ବହେ ଛେଚିଥିଲେ । ଖାଲି ସେତିକି ନୁହେଁ, ଚୋରକୁ ପୁରା ଉଲଗ୍ନ କରି ରାସ୍ତା ଉପରେ ଚଲାଇ ଚଲାଇ ମାଡ଼ ମାରିଥିଲେ ।

ଘଟଣା ସ୍ଥଳରେ ପୋଲିସ ଅଟକାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ ।  ମାଡ଼ ମାରିବାବେଳେ ଅଜାଣତରେ ଚୋରର ଗୁପ୍ତାଙ୍ଗରେ ଆଘାତ ଲାଗିଥିଲା । ଯାହାଫଳରେ ଚୋର ଜଣକ ଗୁରୁତର ହୋଇପଡ଼ିଥଲେ । ଏନେଇ ସିମୁଳିଆ ପୋଲିସ ଚୋରକୁ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସିମୁଳିଆ ମେଡିକାଲରେ ଚୋରର ଚିକିତ୍ସା ଚାଲିଛି । ଅନ୍ୟପଟେ ଚୋର ଜଣଙ୍କ ଘର ସହଦପଦା ଏବଂ ସେ ପଦୁ ସେଠୀଙ୍କ ପୁଅ ସଂକରା ସେଠୀ ବୋଲି ଜଣାପଡିଛି ।

Leave a Reply