ଭାରତୀୟଙ୍କୁ କରୋନାରୁ ରକ୍ଷା କରିବ ଏହି ୭ଟି ଜରୁରୀ ଜିନିଷ

1 min read

ନୂଆଦିଲ୍ଲୀ: ଅନଲକ୍ ୧.୦ରେ ଆଜି ଦେଶର ଅନକ ରାଜ୍ୟରେ ଧାର୍ମିକ ସ୍ଥଳ, ହୋଟେଲ ଓ ସପିଂ ମଲ୍ ଖୋଲିଛି । କରୋନା କାଳରେ ଜୀବନ ସହ ଜୀବିକାକୁ ବଞ୍ଚାଇବାକୁ ଏହା ଏକ ପ୍ରୟାସ । ଲକଡାଉନରୁ ଦେଶକୁ ମୁକ୍ତ କରି ଅର୍ଥନୀତିକୁ ସୁସ୍ଥ କରିବାକୁ ସରକାର ବାଧ୍ୟ ।

ସାବଧାନତା ଜରୁରୀ

ପୂର୍ବରୁ ପ୍ରତିଦିନ ଶହେରୁ ଅଧିକ ନୂଆ ସଂକ୍ରମଣ ମାମଲା ଆସୁଥିଲା । ଏବେ ଦୈନିକ ୫ରୁ ୧୦ ହଜାର ସଂକ୍ରମିତ ଦେଶରେ ଚିହ୍ନଟ ହେଉଛନ୍ତି । ଏମିତିରେ ମନରେ ପ୍ରଶ୍ନ ଆସୁଛି କରୋନା ସଂକ୍ରମଣ ବ୍ୟାପକ ଭାବେ ବଢ଼ି ଚାଲିଥିବା ବେଳେ ସରକାର କାହିଁକି ଲକଡାଉନ୍ ଧିରେ ଧିରେ ପ୍ରତ୍ୟାହାର କରୁଛନ୍ତି । ଏହାର ଉତ୍ତର ଯଦି ଆମେ କରିବା ନାହିଁ ତେବେ ଖାଇବା କଣ ?

ଲମ୍ବା ସମୟ ଧରି ଲକଡାଉନ୍ ଯୋଗୁଁ ଲୋକ ମାନସିକ ସ୍ତରରେ ଅସୁସ୍ଥ ହୋଇ ପଡ଼ିଛନ୍ତି । କେହି କେହି ଏନଜାଇଟି, ଡିପ୍ରେସନ୍ ଓ ଷ୍ଟ୍ରେସରେ ଅଛନ୍ତି । ଏମିତିରେ ଆଉ ଅଧିକ ଦିନ ଲୋକଙ୍କୁ ଘରେ ରଖିଲେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିବା ସହିତ ଆତ୍ମହତ୍ୟା ବଢ଼ିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ମାସ୍କ

ଲକଡାଉନରେ ଲୋକଙ୍କୁ ସୁବିଧା ଦେବା ଅର୍ଥାତ୍ କରୋନା ବିପଦ ଟଳିଯିବା ନୁହେଁ । ବର୍ତ୍ତମାନ କରୋନା ସଂକ୍ରମଣ ଆଗ ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏଥିପାଇଁ ଆପଣ କୁଆଡ଼େ ଯିବା ବେଳେ ଆଉ ଘରକୁ ଫେରିବା ବେଳେ ବହୁତ ସାବଧାନ ଅବଲମ୍ବନ କରିବା ଦରକାର । ଏଥିପାଇଁ ମାସ୍କ ପିନ୍ଧନ୍ତୁ । ମାସ୍କ ଆପଣଙ୍କୁ କରୋନା ସଂକ୍ରମଣ ଠାରୁ ବଞ୍ଚାଇବ ।

ଚଷମା

ବିଗତ ଦିନର ଆମେରିକାର ଏକ ସଂସ୍ଥା ଅଧ୍ୟୟନରୁ କହିଥିଲା- ଆଖି ମାଧ୍ୟମରେ ମଧ୍ୟ କରୋନା ହୋଇପାରେ । ଏଥିସହ ଆକ୍ରାନ୍ତଙ୍କ ଲୁହରୁ ଅନ୍ୟ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି । ଏଥିପାଇଁ ଭାଇରସରୁ ବର୍ତ୍ତିବା ପାଇଁ ଆଖିର ସୁରକ୍ଷା ପ୍ରତି ଧ୍ୟାନଦେବା ଆବଶ୍ୟକ । ଏଥିପାଇଁ ଆପଣ ଚଷମା ତଥା ଆଇ ଗ୍ଲାସେସ୍ ପିନ୍ଧନ୍ତୁ । ଆଖି ଡାକ୍ତରଙ୍କ ସହ ମଧ୍ୟ କଥା ହୋଇପାରିବେ । ଯଦି ଆପଣଙ୍କ ଦୃଷ୍ଟି ଶକ୍ତିରେ ସମସ୍ୟା ଅଛି । ତେବେ, ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ ।

ସମର କ୍ୟାପ ବା ଟୋପି

କରୋନା ସଂକ୍ରମଣ ପରଠାରୁ କୁହାଯାଉଛି ଚୁଟି ଯୋଗୁଁ ମଧ୍ୟ ଏହା ବ୍ୟାପିପାରେ । ଅର୍ଥାତ୍ ଆପଣ ବାହାରେ ବୁଲିବା ବେଳେ ପବନ ମାଧ୍ୟମରେ କରୋନା ଭାଇରସ୍ ଆପଣଙ୍କ ଚୁଟି ଜରିଆରେ ବ୍ୟାପିପାରେ । ଚୁଟିରେ ହାତ ମାରି ଆପଣ ଚେହେରାରେ ମାରିଲେ ସଂକ୍ରମଣର ଆଶଙ୍କା ବଢ଼ିଥାଏ । ଏଥିପାଇଁ ଆପଣ ବାହାରକୁ ଗଲା ବେଳେ ସମର କ୍ୟାପ୍ ପିନ୍ଧନ୍ତୁ । ଘରକୁ ଫେରିବା ପରେ କ୍ୟାପ୍ ଖୋଲି ଦିଅନ୍ତୁ ।

ଗରମ ପାଣି

ପାଚନ କ୍ରିୟାକୁ କ୍ରିୟାଶୀଳ କରିଥାଏ ଗରମ ପାଣି । ଯଦି ଆପଣ ଖାଇବା ପରେ ଜୋରରେ ପରିତ୍ସା ଲାଗୁଛି ତେବେ ଆପଣ ଗରମ ପାଣି ପିଅନ୍ତୁ । ଦିନରେ ଦୁଇରୁ ତିନିଥର ଗରମ ପାଇଁ ପିଇଲେ ଗଳା (ତଣ୍ଟି) ଠିକ୍ ରୁହେ ।

କାଢ଼ା

ଆୟୁର୍ବେଦିକ ପାନୀୟ ହେଉଛି କାଢ଼ା । ଯାହାକୁ ପ୍ରାକୃତିକ ଜଡ଼ିବୁଟିରେ ତିଆରି କରାଯାଏ । ଆପଣ ଏହାକୁ ଆପଣଙ୍କ ପସନ୍ଦର ସ୍ୱାଦ ଅନୁସାରେ ବନାଇ ପାରିବେ । ଦିନରେ ୨ ଥର ସେବନ ଦ୍ୱାରା କରୋନା ଆପଣଙ୍କ ଶରୀରରେ ପ୍ରଭାବ ପକାଇ ପାରିବ ନାହିଁ ।

କାଢ଼ା ତିଆରି କରିବା ପ୍ରଥମେ ପାଣି ଗରମ କରନ୍ତୁ । ସେଥିରେ ଲବଙ୍ଗ, ତୁଳସୀ ପତ୍ର, ଗୋଲ ମରିଚ, ଅଳେଇଚ ଏବଂ ଟିକେ ଡାଲଚିନି ପକାନ୍ତୁ । ଏହାକୁ ୨ରୁ ୩ ମିନିଟ୍ ଫୁଟିବାକୁ ଦିଅନ୍ତୁ । ଏଥିରେ ଆପଣ ସ୍ୱାଦ ଅନୁସାରେ ଚିନି କିମ୍ବା ଗୁଡ଼ ପକାଇ ପାରିବେ । ପ୍ରସ୍ତୁତ କାଢ଼ାକୁ ଛାଣି ଚା’ ପରି ପ୍ରତିଦିନ ସକାଳୁ ପିଅନ୍ତୁ ।

ଯୋଗ

ଯୋଗ ହେଉଛି ଏକ ପ୍ରାକୃତିକ ଚିକିତ୍ସା । ଦେଶ ଅନଲକ୍ ହେଉଥିଲେ ମଧ୍ୟ ଆପଣ ପାର୍କ ନଯାଇ ଘର ଛାତ କିମ୍ବା ବାଲକୋନିରେ ପ୍ରତିଦିନ ଯୋଗ କରିପାରିବେ । ସକାଳେ ଯୋଗ କରିବା ସମ୍ଭବ ନହେଲେ ସନ୍ଧ୍ୟାରେ କରିପାରନ୍ତି । ତେବେ, ଧ୍ୟାନ ରଖିବା ଜରୁରୀ ଖାଇବାର ୪ ଘଣ୍ଟା ପରେ ଯୋଗ କରିବେ । ଅଥବା ଅଳ୍ପ କିଛି ହାଲୁକା ଖାଇବାର ୧ ଘଣ୍ଟା ପରେ ଯୋଗ କରିବେ । ଏପରିକି କୌଣସି ପାନୀୟ ପିଇବାର ୨୦ ମିନିଟ୍ ପରେ ଯୋଗ ଆରମ୍ଭ କରିପାରିବେ ।

ଧ୍ୟାନ

ଆମର ଶାରିରୀକ ଓ ମାନସିକ ସ୍ଥିତି ପାଇଁ ଧ୍ୟାନ ଏକାନ୍ତ ଉପାଦେୟ । ଲମ୍ବା ସମୟ ଧରି ଘରେ ବନ୍ଦ ରହିଥିବାରୁ ଓ କାମକୁ ନଯିବା । ସାଙ୍ଗ ସାଥିଙ୍କ ସହ ନମିଶି ଅନିଦ୍ରା, ନିରାଶା ଭଳି ମାନସିକ ସମସ୍ୟା ପାଇଁ ଧ୍ୟାନ ବହୁତ ଭଲ ।

କରୋନା ଭାଇରସରୁ ରକ୍ଷା ପାଇବାକୁ ହେଲେ ଛାଡ଼ନ୍ତୁ ଏହି ୫ ଅଭ୍ୟାସ

Leave a Reply