ଆଜିଠୁ ବଦଳି ଯାଉଛି ଏହି ସବୁ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

1 min read

ନୂଆଦିଲ୍ଲୀ: ମାର୍ଚ୍ଚ ଆରମ୍ଭ ଅର୍ଥାତ୍ ଆଜିଠୁ ପରିବର୍ତ୍ତନ ହେଉଛି ଏହି ସବୁ ନିୟମ । ଏହି ନିୟମଗୁଡ଼ିକ ଆପଣଙ୍କ ଗାଡ଼ି ଓ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ । ତେବେ, ଆସନ୍ତୁ ଜାଣିବା ଆଜିଠୁ କେଉଁ ନିୟମ ବଦଳୁଛି ଏବଂ ଏହା ଆପଣଙ୍କ ଉପରେ କି ପ୍ରଭାବ ପକାଇବ ।ଷ୍ଟେଟବ୍ୟାଙ୍କ ଆକାଣ୍ଟଧାରୀଙ୍କ ପାଇଁ ଖବର

ଏସବିଆଇ ଆକାଉଣ୍ଟଧାରୀ ଯେଉଁମାନେ ସେମାନଙ୍କର KYC ସମାପ୍ତ କରିନାହାଁନ୍ତି । ସେମାନେ ଆଜିଠୁ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେନାହିଁ । SBI ଗ୍ରାହକମାନଙ୍କୁ ୨୮ ଫେବ୍ରୁଆରୀ ସୁଦ୍ଧା କେୱାଇସି ସମ୍ପୂର୍ଣ୍ଣ କରିବାକୁ କହିଥିଲା । ଫଳରେ ସେମାନଙ୍କ ଆକାଉଣ୍ଟ ଅବରୋଧ ହେବା ସହ କୌଣସି କାରବାର କରିପାରିବେ ନାହିଁ ।ବଦଳୁଛି ଫାସଟାଗ୍ ନିୟମ

ଆଜିଠୁ ଫାସଟାଗ୍ ଆଉ ମାଗଣା ମିଳିବନି । ଏଣିକି ଫାସଟାଗ୍ ପାଇଁ ଆପଣଙ୍କୁ ଦେୟା ଦେବାକୁ ପଡ଼ିବ । ଲୋକଙ୍କ ସୁବିଧା ଏବଂ ରାଜସ୍ୱ ବୃଦ୍ଧି ପାଇଁ ଫେବ୍ରୁଆରୀ ୧୫ରୁ ଫେବ୍ରୁଆରୀ ୨୯ ପର୍ଯ୍ୟନ୍ତ ଫାସଟାଗ୍ ମାଗଣା ବଣ୍ଟନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଆଜିଠୁ ୧୦୦ ଟଙ୍କା ଦେଲେ ଆପଣ ଫାସଟାଗ୍ ପାଇବେ ।

ATMରେ ମିଳିବନି ୨୦୦୦ ଟଙ୍କା

ମାର୍ଚ୍ଚ ୧ରୁ ଭାରତୀୟ ବ୍ୟାଙ୍କ ଗୁଡ଼ିକ ଏଟିଏମରୁ ୨ ହଜାର ଟଙ୍କା ନୋଟ୍ ପ୍ରତ୍ୟାହାର କରିବ । ଅର୍ଥାତ୍ ଆଜିଠୁ  ଏଟିଏମରୁ ଆଉ ୨୦୦୦ ଟଙ୍କାର ନୋଟ୍ ବାହାରିବ ନାହିଁ । ଯଦି ଆପଣଙ୍କୁ ୨ ହଜାର ଟଙ୍କା ନୋଟ୍ ଦରକାର ହୁଏ ତେବେ ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ ।HDFC ଗ୍ରାହକ ଧ୍ୟାନ ଦିଅନ୍ତୁ

ପୁରୁଣା HDFC ଆପ୍ ଆଜିଠୁ କାମ କରିବା ବନ୍ଦ କରିଦେବ । ପ୍ଲେ ଷ୍ଟୋରରେ ବ୍ୟାଙ୍କର ଉଭୟ ନୂତନ ଏବଂ ପୁରୁଣା ଆପ୍ ରହିଛି । ଯଦି ଆପଣଙ୍କର ସ୍ମାର୍ଟଫୋନରେ ପୁରୁଣା ଆପ୍ ଅଛି, ତେବେ ତାକୁ ଅନ ଇନଷ୍ଟଲ କରି ନୂଆ ଆପକୁ ଇନଷ୍ଟଲ କରନ୍ତୁ ।ଲଟେରୀ ମହଙ୍ଗା

ଆଜିଠୁ ଲଟେରୀ ପାଇଁ ନୂତନ ଜିଏସଟି ନିୟମ ଲାଗୁ ହେବ । ନୂତନ ନିୟମ ଅନୁଯାୟୀ, ଲଟେରୀରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଡିସେମ୍ବର ୨୦୧୯ରେ, ଜିଏସଟି ପରିଷଦ ସମସ୍ତ ରାଜ୍ୟରେ ସରକାରୀ ମାନ୍ୟତା ପ୍ରାପ୍ତ ଲଟେରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ନେଇ ନିଷ୍ପତ୍ତି ନେଇଥିଲା ।

Leave a Reply