୧୬ଟି ସୁନ୍ଦର ଦେଶ, ବିନା ପାସ୍‌ପୋର୍ଟରେ ଯାଇପାରିବେ ଭାରତୀୟ ଓ ମାସ ମାସ ଧରି ରହିପାରିବେ…

1 min read

ରାଜ୍ୟସଭାରେ ସରକାର ଦେଇଥିବା ସୂଚନା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଆଣିଛି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ବୈଦେଶିକ ମନ୍ତ୍ରୀ ଭି.ମୁରଲୀଧରନ୍ କହିଛନ୍ତି ଯେ,  ବିଶ୍ୱରେ ଏଭଳି ୧୬ଟି ଦେଶ ଅଛି ଯେଉଁଠି ଭାରତୀୟ ପାସପୋର୍ଟରେ ଭିସା ଫ୍ରି ଯାତ୍ରାର ସୁବିଧା ରହିଛି । କେବଳ ଏତିକି ନୁହେଁ ରାଜ୍ୟ ବୈଦେଶିକ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏଭଳି ୪୩ଟି ଦେଶ ଅଛି ଯେଉଁଠି ଭାରତୀୟଙ୍କ ପାଇଁ ‘ଭିସା ଅନ୍‌ ଆରାଇଭାଲ’ର ସୁବିଧା ରହିଛି । ସେହିଭଳି ୩୬ଟି ଦେଶ ରହିଛି ଯେଉଁମାନେ ଭାରତୀୟ ପାସପୋର୍ଟ ଥିବା ଲୋକଙ୍କୁ ଇ-ଭିସା ସୁବିଧା ପ୍ରଦାନ କରୁଛନ୍ତି ।

ତେବେ ଏଥିମଧ୍ୟରୁ କିଛି ଦେଶ ଏବେ କରୋନା ମହାମରୀ କାରଣରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହି ପ୍ରତିବନ୍ଧକ ହଟାଯିବା ମାତ୍ରେ ଭାରତୀୟମାନେ ବିନା ଭିସାରେ ଏହି ଦେଶଗିଡ଼କୁ ଗସ୍ତ କରିପାରିବେ । ଆସନ୍ତୁ ଜାଣିବା ସେହି ୧୬ ଟି ଦେଶ ବିଷୟରେ, ଯେଉଁଠାରେ ଭାରତୀୟମାନେ ବିନା ଭିସାରେ ବୁଲାବୁଲି କରିପାରିବେ ।

ମାଲଦୀପ: ଦ୍ୱୀପ ସମୂହ ମାଲଦୀପ ଦେଶ, ଭାରତୀୟ ପର୍ଯ୍ୟଟକଙ୍କୁ ବିନା ଭିସାରେ ଯାତ୍ରା କରିବାର ସୁବିଧା ଦେଉଛି ।

ମାରିସସ୍‌: ଭାରତୀୟ ପାସପୋର୍ଟ୍‌ଧରୀଙ୍କୁ ମାରିସସ୍‌ ବିନା ଭିସାରେ ଯାତ୍ରା କରିବାର ସୁବିଧା ଦେଇଥାଏ । ଏହାର ବୈଧତା ପ୍ରାୟ ୯୦ ଦିନ ରହିଥାଏ । କିନ୍ତୁ ମାରିସସ୍‌ ବୁଲିବାକୁ ହେଲେ ପର୍ଯ୍ୟଟକଙ୍କ ପାଖରେ ରିଟର୍ଣ୍ଣ ଟିକେଟ୍‌ ଓ ପର୍ଯ୍ୟାପ୍ତ ପରିମାଣର ବ୍ୟାଙ୍କ ବାଲାନ୍ସ ରହିବା ନିହାତି ଆବଶ୍ୟକ ।

ଭୁଟାନ୍: ଭାରତର ପଡ଼ୋଶୀ ଭୁଟାନ୍‌ ଭାରତୀୟଙ୍କର ସବୁଠାରୁ ପସନ୍ଦ ଯୋଗ୍ୟ ସ୍ଥାନ । ଭାରତୀୟଙ୍କୁ ଭୁଟାନ୍‌ ଯିବାକୁ ହେଲେ ଭିସାର ଆବଶ୍ୟକତା ନଥାଏ । ପାସପୋର୍ଟ ଭଳି ଅନ୍ୟ କିଛି ଭ୍ୟାଲିଡ୍‌ ପରିଚୟପତ୍ର ଯଥେଷ୍ଟ, ଭୁଟାନ ଗସ୍ତ ପାଇଁ ।

ବାରବାଡୋସ: ବାରବାଡୋସ୍‌ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏକ ଦେଶ । ଏଠାରେ ଭାରତୀୟଙ୍କୁ ବିନା ଭିସାରେ ବୁଲିବାର ସୁବିଧା ରହିଛି ।

ହଙ୍ଗକଙ୍ଗ ଏସ୍‌ଆର୍: ହଙ୍ଗକଙ୍ଗ ଏସ୍‌ଆର୍‌ରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ବହୁତ ଆଗ୍ରହର ସହ ଆସିଥାନ୍ତି । ଭାରତୀୟଙ୍କ ପାଇଁ ଏଠାରେ ବିନା ଭିସାରେ ବୁଲାବୁଲି କରିବାର ସୁବିଧା ରହିଛି ।

ଡୋମିନିକା: ଡୋମିନିକା ମଧ୍ୟ ବିଶ୍ୱରେ ସୁନ୍ଦର ଦେଶଗୁଡ଼କ ମଧ୍ୟରୁ ଅନ୍ୟତମ । ଏହି ଦେଶ କାରବିୟନ୍‌ ସାଗରରେ ରହିଛି ।

ସର୍ବିୟା: ସର୍ବିୟା ଯିବା ପାଇଁ ଭାରତୀୟଙ୍କୁ କେବଳ ଫ୍ଲାଇଟ୍‌ ଟିକେଟ୍‌ ଓ ପାସ୍‌ପୋର୍ଟର ଆବଶ୍ୟକତା ରହିଛି ।

ଗ୍ରେନାଡା: ଗ୍ରେନାଡା ଦେଶ ଅନେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ । ଏହି ସୁନ୍ଦର ଦେଶରେ ଭାରତୀୟଙ୍କୁ ବିନା ଭିସାରେ ବୁଲିବାର ଅନୁମତି ରହିଛି ।

ହୈତି: ହୈତି ହେଉଛି ଏମିତି ଏକ ଦେଶ ଯାହ ପ୍ରଚୀନ ସଂସ୍କୃତି ପରମ୍ପରା ଯୋଗୁଁ ଜଣାଯାଏ । କାରବିଆନ୍‌ ଦେଶ ମଧ୍ୟରେ ଥିବା ଦେଶ ଗୁଡ଼ିକ ମଧ୍ୟରୁ ହୈତି ଅନ୍ୟତମ ।

ମୋଣ୍ଟେସେରାଟ୍: ମୋଣ୍ଟେସେରାଟ୍‌ ବିଶ୍ୱର ଲୋକପ୍ରିୟ ସ୍ଥାନ ମଧ୍ୟରୁ ଅନ୍ୟତମ । ଯଦି ଆପଣଙ୍କୁ ରୋମାଞ୍ଚଭରା ସ୍ଥାନ ପସନ୍ଦ ତେବେ ଏହି ଦେଶକୁ ଥରେ ନିଶ୍ଚିତ ଯାଆନ୍ତୁ । ଭାରତୀୟ ଏହି ଦେଶକୁ ବିନା ଭିସାରେ ଭ୍ରମଣ କରିପାରିବେ ।

ନେପାଳ: ହିମାଳୟ କୋଳରେ ଅବସ୍ଥିତ ନେପାଳକୁ ଯିବା ପାଇଁ ଭାରତୀୟଙ୍କୁ ଭିସା ଆବଶ୍ୟକ ନାହିଁ । ଭାରତୀୟ ନେପାଳରେ ମୁକ୍ତ ଭାବେ ବୁଲିପାରିବେ ।

ନିଓଏ ଆଇଲ୍ୟାଣ୍ଡ: ଏହି ସ୍ଥାନ କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ । ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକାର ସାନ୍ତ ପରିବେଶ ଓ ସୁନ୍ଦରତାକୁ ଉପଭୋଗ କରିବାକୁ ଛୁଟି ଆସିଥାନ୍ତି ।

ସେଣ୍ଟ ବିସେଣ୍ଟ: ଭାରତୀୟଙ୍କ ପାଇଁ ସେଣ୍ଟ ବିସେଣ୍ଟ ଗସ୍ତ କରିବାକୁ ହେଲେ ଭିସାର ଆବଶ୍ୟକ ନାହିଁ । ଭାରତୀୟ ଏଠାରେ ଏକ ମାସ ପର୍ଯ୍ୟନ୍ତ ବିନା ଦ୍ୱିଧାରେ ରହିପାରିବେ ।

ସମୋଆ: ଏଠାରେ ଭାରତୀୟଙ୍କୁ ବିନା ଭିସାରେ ପ୍ରବେଶର ସୁବିଧା ରହିଛି । ସମୋଆ ଏହାର ସୁନ୍ଦରତା ସହ ସୁସ୍ୱାଦୁ ଖାଦ୍ୟ ପାଇଁ ପରିଚିତ ।

ସେନେଗଲ: ଏଠାରେ ବୁଲିବା ପାଇଁ ଭାରତୀୟଙ୍କୁ ଭିସାର ଆବଶ୍ୟକ ନାହିଁ । ଏଠାରେ ୯୦ ଦିନ ପର୍ଯ୍ୟନ୍ତ ଭାରତୀୟମାନେ ବିନା ଦ୍ୱିଧାରେ ରହିପାରିବେ ।

ତ୍ରିନିଦାଦ୍‌ ଆଣ୍ଡ ଟୋବେଗୋ: ପାର୍ଟି କିମ୍ବା ଫଙ୍କସନ୍‌ କରିବା ପାଇଁ ତ୍ରିନିଦାଦ୍‌ ଆଣ୍ଡ ଟୋବେଗୋ ସବୁଠାରୁ ବେଷ୍ଟ ପ୍ଲେସ୍‌ ବୋଲି କୁହାଯାଏ । ଏଠାରେ ବୁଲିବାକୁ ଭାରତୀୟଙ୍କୁ ଭିସାର ଆବଶ୍ୟକ ନାହିଁ । ୯୦ ଦିନ ପର୍ଯ୍ୟନ୍ତ ଭାରତୀୟମାନେ ଏଠାରେ ବିନା ଦ୍ୱିଧାରେ ରହିପାରିବେ ।

Leave a Reply