ରାଜ୍ୟରେ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ  ବର୍ଷା ଜାରି ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗଜପତି, ଗଂଜାମ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବଲାଂଗୀର, କଳାହାଣ୍ଡି, ଢେଙ୍କାନାଳ, ଭଦ୍ରକ, କନ୍ଧମାଳ, ବୌଦ୍ଧ ,ରାୟଗଡା ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି ହୋଇଛି । ଏହାସହ ଆସନ୍ତାକାଲି ପାଇଁ ରାଜ୍ୟର ୧୨ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Rain Fore Cast Yellow Waring To 11 Districts Of Odisha

ସେପଟେ ଅକ୍ଟୋବର ମାସ ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଥିବା କହିଛି ପାଣିପାଗ କେନ୍ଦ୍ର । ଅଗଷ୍ଟ ବନ୍ୟାର ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆସରିଛି । କିଛିଦିନ ହେଲା ରାଜ୍ୟରେ ଲାଗି ରହିଥିବା ଲଘୁଚାପ ବର୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ବିପନ୍ନଙ୍କ ପାଇଁ ଆଗୁଆ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ସେପଟେ ବିପଦ ସଂକେତ ଉପରେ ହୀରାକୁଦ ଜଳଭଣ୍ଡାର । ହୀରାକୁଦ ଜଳଭଣ୍ଡାରର ବିପଦ ସଂକେତ ସ୍ତର ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୩୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୩ଲକ୍ଷ ୭ହଜାର ୮୯୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ସବୁ ସ୍ଲୁଇସ୍ ଗେଟ୍ ବନ୍ଦ ଥିବା ବେଳେ ପରିସ୍ଥିତିକୁ ଦେଖି ଯେ କୌଣସି ସମୟରେ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି । ଜଳେଶ୍ବରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା । ମଥାନୀଠାରୁ ନଦୀର ଜଳସ୍ତରର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୭ ଟା ସୁଦ୍ଧା  ୬.୨୩ମିଟର ଜଳ ପ୍ରବାହିତ ହେଉଛି ।

Leave a Reply