ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଡାକ୍ତରଙ୍କ ଡ୍ର ରୁ ଚୋରୀ କରୁଥିବା ବେଳର ରେକର୍ଡିଂ

ଅନୁଗୁଳ: ଚୋରିର ନୂଆ ଫର୍ମୁଲା । ଦିନ ଦି ପହରେ ଡାକ୍ତରଙ୍କ ଡ୍ରରୁ ଚୋରି ହେଉଛି ଟଙ୍କା । ଅନୁଗୁଳରେ ମାତିଛି ଲେଡି ଲୁଟେରା । ରୋଗୀ ହୋଇ ଆସିଲେ ବେଧଡ଼କ ଲୁଟିଲେ , ବସି ଚେକଅପ୍ ହେଲେ ।  ଦେହ ଦେଖାଇବାକୁ ଆସି ଲୁଟେରା ଡାକ୍ତରଙ୍କ ଡ୍ର ରୁ ଲୁଟିନେଲେ ୩୦ ହଜାର ଟଙ୍କା  । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅମଲାପଡାରେ ।

ସୂଚନା ଅନୁସାରେ ଡାକ୍ତର ଦୀପକ ଗଡ଼ନାଏକ ତାଙ୍କ ବାସଭବନରେ ରୋଗୀ ଦେଖୁଥିଲେ । ବାହାରେ ଅନେକ ରୋଗୀ ନମ୍ବରର କରି ଅପେକ୍ଷା କରିଥାନ୍ତି । ଜଣେ ସ୍ୱତନ୍ତ୍ର ଭାବେ ଜଣଜଣ କରି ରୋଗୀଙ୍କୁ ଭିତରକୁ ପଠାଇବା କାମରେ ରହିଥିଲେ । ଏହି ସମୟରେ ତାଙ୍କ ନିକଟକୁ ଜଣେ ମହିଳା ରୋଗୀ ଆସିଥିଲେ । ଡାକ୍ତରଙ୍କ ଚେୟାର ପାଖରେ ଥିବା ଟୁଲରେ ବସିଲେ । ସେହି ସମୟରେ କୌଣସି କାମରେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ଡାକ୍ତର ଦୀପକ । ଏହି ସୁଯୋଗର ଫାଇଦା ନେଇ ଡାକ୍ତରଙ୍କ କ୍ୟାସ ଡ୍ର’ରୁ ଅତି ଚାଲାକିର ସହ ଟଙ୍କା ବଣ୍ଡଲ ଉଠାଇ ନେଇଥିଲେ ମହିଳା ଜଣଙ୍କ । ତାପରେ ଟଙ୍କାକୁ ନିଜ ଶାଢୀ ଭିତରେ ଲୁଚାଇ ଦେଇଥିଲେ । ଏସବୁ ଦୃଶ୍ୟ ଡାକ୍ତରଙ୍କ ଚାମ୍ବରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ତେବେ ଡାକ୍ତରଙ୍କ ଡ୍ରୟରରୁ ୩୦ ହଜାର ଟଙ୍କା ଚୋରି କରି ସାମାନ୍ୟ ଭାବେ ଡାକ୍ତର ଆସିବା ପରେ ତାଙ୍କ ସହ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ କଥା ହୋଇଥିଲେ ଲେଡି ଲୁଟେରା ଜଣଙ୍କ । ତାପରେ ସେଠାରୁ ଚାଲିଯାଇଥିଲେ । ଏ ନେଇ ଡାକ୍ତର ଦିପକ ଗଡ଼ନାଏକ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି  । ଲୁଟ୍ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

(ଅନୁଗୁଳରୁ ସମରେଶ ନାଥ )

Leave a Reply