ଦୁନିଆର କୋଟିପତି ମାନେ ଦେଲେଣି ଶହଶହ କୋଟି, ଭାରତର ସେଲିବ୍ରିଟି ଶିଖାଉଛନ୍ତି କେମିତି ଧୋଇବେ ହାତ !

 ନୂଆଦିଲ୍ଲୀ: କରୋନା ଭାଇରସ ବିରୋଧରେ ପୁରା ଦୁନିଆ ଯୁଦ୍ଧ ଲଢୁଛି । ଧନି ଓ ସେଲିବ୍ରିଟିଙ୍କଠାରୁ ସ୍ପୋର୍ଟସ ସଂସ୍ଥା ସବୁ କରୋନାର ମୁକାବିଲା ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଶହ ଶହ କୋଟିର ଦାନ ବିଶ୍ୱର ଅନେକ ଧନି ଦେଉଛନ୍ତି । କିନ୍ତୁ ଭାରତର ଧନି ଓ ସେଲିବଙ୍କ ଅବଦାନ କେବଳ ହତାଧୋଇବା ଶିଖାଇବାରେ ସୀମିତ ରହିଯାଇଛି । ବିଲ ଗେଟସ ନିଜ ସଂଗଠନ ଜରିଆରେ କରୋନା ଟିକା ବିକାଶ ପାଇଁ ୭୫୦ କୋଟିର ଦାନ ଘୋଷଣା କରିଛନ୍ତି ।  ଏହା ପୂର୍ବରୁ ସେ ୧ କୋଟି ଡଲାର ଦେଇ ସାରିଛନ୍ତି

ଜ୍ୟାକ୍ ମା ଦେଲେ ୧୦୦ କୋଟି:ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା କରୋନା ଭ୍ୟାକସିନ୍ ବିକଶିତ କରିବା ପାଇଁ ୧୦୦ କୋଟି ଟଙ୍କ ଦେଇ ସାରିଛନ୍ତି । ଏହାସହ ସେ ଆମେରିକାକୁ ୫ ଲକ୍ଷ ଟେଷ୍ଟିଂ କିଟ୍ ଓ ୧୦ ଲକ୍ଷ ମାସ୍କ ପଠାଇ ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ଦିନ ଆହୁତ ଜନତା କର୍ଫ୍ୟୁ ପରେ ଭାରତୀୟ ମାନେ ଦେଶର ଧନୀ ମାନିଙ୍କୁ ପଚାରୁଛନ୍ତି ଆପଣ ମାନେ କେବଳ ଭାଷଣ ଦେବା ଛଡା ଦେଶକୁ ଆଉ କଣ ଦେଇଛନ୍ତି । ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅନନ୍ଦ ମହିନ୍ଦ୍ରଙ୍କୁ ଛାଡି ଦେଲେ ଦେଶର ଆଉ କୌଣସି ଶିଳ୍ପପତି ଫଟା ପାହୁଲା ଦେଇ ନାହାନ୍ତି କି ଦେବେ ବୋଲି ଘୋଷଣା କରିନାହନ୍ତି ।

ଭାରତରେ ହାତ ଧୋଇବା ଶିଖାଉଛନ୍ତି ବିଶ୍ୱର ନାମିଦାମି ଫୁଟବଲ ଖେଳାଳୀ ଏପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଦାନ କରି ସାରିଛନ୍ତି । ଆମେରିକାର ନ୍ୟାସନାଲ ବାସ୍କେଟବଲ ଆସୋସିଏସନ ଫଣ୍ଡ୍ ଯୋଗାଡ ପାଇ ଉଦ୍ୟମ ଜାରି ରଖିଛି । ଏହି ସଂଗଠନ ଏପର୍ଯ୍ୟନ୍ତ ୩୦୦ କୋଟି ଟଙ୍କା ଦାନ ଭାବେ ଦେଇ ସାରିଲାଣି । ଅନ୍ୟପକ୍ଷରେ ଭାରତର ସ୍ପୋର୍ଟସ ଆଇକନ ସଚିନଙ୍କଠାରୁ ପି ଭି ସାନ୍ଧୁ,ସମସ୍ତେ କେବଳ ହାତଧୂଆ ଶିଖାଉଛନ୍ତି । ଟଙ୍କାଟିଏ କେହି ଦାନ କରି ନାହାନ୍ତି କି ଆଗକୁ ଦେବେ ବୋଲି କହି ନାହାନ୍ତି । ଭାରତର ୪୦ କୋଟି ନାଗରିକ ପ୍ରତିଦିନ ମୁଲମଜୁରୀ ଲାଗି ଚଳନ୍ତି । ଲକ୍ ଡାଉନ୍ ଏମାନଙ୍କ ପାଇଁ ଭାରି ପଡିବ । କିନ୍ତୁ ଆମ ସେଲିବ୍ ସେମାନଙ୍କୁ କେବଳ ହାତ ଧୂଆ ଶିଖାଉଛନ୍ତି ।

ଇଟାଲୀର ୧୮ ଧନି ଦେଲେ ୨୫୦ କୋଟି ଟଙ୍କା

ଇଟାଲୀରେ ସବୁଠୁ ଭୟଙ୍କର ପରିସ୍ଥିତ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ସେଠାକାର ଧନି ଆଗକୁ ଆସିଛନ୍ତି । ଇଟାଲୀର ୧୮ ଜଣ ଧନୀ ମିଳିତ ଭାବେ ୨୫୦ କୋଟି ଟଙ୍କା ଦେଇଛନ୍ତି । ଫେସନ ଲିଜେଣ୍ଡ୍ ଅରମାନୀ ରୋମ ଓ ମିଲାନ ହସ୍ପିଟାଲକୁ ୧୦ କୋଟି ଟଙ୍କା ଦେଇଛନ୍ତି । ହଙ୍ଗକଙ୍ଗର ସବୁଠୁ ଧନୀ ବ୍ୟକ୍ତି ଲି କାଙ୍ଗ ସିଙ୍ଗ୍ ବୁହାନର ମେଡିକାଲ କର୍ମଚାରୀଙ୍କ ପାଇଁ ୯୮ କୋଟି ଟଙ୍କା ଦାନ ଦେଇଛନ୍ତି ।

ଅନିଲ ଅଗ୍ରୱାଲ ୧୦୦ କୋଟି ଦେବେ, ମହିନ୍ଦ୍ରା ଦେବେ ଭେଣ୍ଟିଲେଟର

ବେଦାନ୍ତ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ କରୋନା ବିରୋଧୀ ଲଢେଇ ପାଇଁ ୧୦୦ କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ରବିବାର ଦିନ ମହିନ୍ଦ୍ରା ମୁଖ୍ୟ ଆନନ୍ଦ ମହିନ୍ଦ୍ର ଟ୍ୱିଟ୍ କରି ତାଙ୍କ କଂପାନି ଭେଣ୍ଟିଲେଟର ତିଆରି କରିବ ବୋଲି କହିଛନ୍ତି । ତାଙ୍କ କଂପାନି ଏଥିପାଇଁ କାମ ଆରମ୍ଭ କରି ସାରିଛି ବୋଲି ସେ ଟ୍ୱିଟ୍ କରିଛନ୍ତି । ଏହାସହ ମହିନ୍ଦ୍ରା କ୍ଷୁଦ୍ର ବ୍ୟବସାୟୀ ଓ ସ୍ୱରୋଜଗାରକାରୀଙ୍କ କ୍ଷତି ଭରଣ ଦିଗରେ କାମ କରିବ ବୋଲି ସେ ଘୋଷଣା କରିଛନ୍ତି ।

 

Leave a Reply