ଜାଣନ୍ତୁ ଜାମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ ମନୋଜ ସିହ୍ନା କିଏ ? କାହିଁକି ତାଙ୍କୁ କୁହାଯାଏ ମାଟିର ମଣିଷ

1 min read
Manoj Sinha

ନୂଆଦିଲ୍ଲୀ: ଗିରିଶଙ୍କ ସ୍ଥାନ ନେଲେ ମନୋଜ । ଜାମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ନିଯୁକ୍ତି ହେଲେ ମନୋଜ ସିହ୍ନା । ବୁଧବାର ଗିରିଶ, ପଦରୁ ଇସ୍ତଫା ଦେବା ପରେ ମନୋଜଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।

manojsinha-510

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ହେଉଛନ୍ତି ମନୋଜ ସିହ୍ନା । ଜାମ୍ମୁ କାଶ୍ମୀରର ଦ୍ୱିତୀୟ ଉପ-ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗୁରୁବାର ସକାଳେ ମନୋଜ ସିହ୍ନାଙ୍କ ନିଯୁକ୍ତିକୁ ରାଷ୍ଟ୍ରିୟ ଭବନ ତରଫରୁ ଘୋଷଣା କରାଯାଇଛି ।

ଅଗଷ୍ଟ ୫ରେ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବାର ଏକ ବର୍ଷ ପୂରଣ ହୋଇଛି । ଏହି ସମୟରେ ବୁଧବାର ସନ୍ଧ୍ୟାରେ ଜିସି ମୁର୍ମୁଙ୍କ ଇସ୍ତଫା ବିଷୟରେ ହଠାତ୍ ଖବର ଆସିଥିଲା । ରାଷ୍ଟ୍ରପତିଙ୍କ ଦ୍ୱାରା ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଗିରିଶଙ୍କୁ ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି । ଗିରିଶ ହେଉଛନ୍ତି ଜଣେ ଓଡ଼ିଆ ପୁଅ । ସେ ଗୁଜରାଟ୍‌ କ୍ୟାଡରର ଆଇଏଏସ୍‌ ଅଧିକାରୀ ।

Girish Murmu

ଅନ୍ୟପଟେ ଜାମ୍ମୁକାଶ୍ମୀରରେ ଏବେ ସତ୍ୟପାଲ୍‌ ମଲ୍ଲିକ୍‌ ରାଜ୍ୟପାଳ ଭାର ସମ୍ଭାଳୁଛନ୍ତି । ଉପରାଜ୍ୟପାଳ ଭାବେ ମନୋଜ ସିହ୍ନା ଏଠାରେ ନିଜର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଜଣେ ତୃଣମୂଳ ସ୍ତରର ନେତା ଭାବେ ବେଶ ପରିଚିତ । ତୃଣମୂଳ ସ୍ତରରୁ ଯାଇ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି ।

Leave a Reply