ଲକଡାଉନ୍ ହଟାଇବା ରଣନୀତି ତିଆରି କରୁଛନ୍ତି ମୋଦି ସରକାର

ନୂଆଦିଲ୍ଲୀ: କରୋନା ଭାଇରସ କରାଣରୁ ଦେଶରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଲାଗୁ ହୋଇଛି । ଯଦି କେନ୍ଦ୍ର ସରକାରଙ୍କ ହିସାବକୁ ମାନି ନିଆଯାଏ ତେବେ ଭାଇରସ କାରଣରୁ ହେଉଥିବା ସଂକ୍ରମଣକୁ ପ୍ରଥମ ଫେଜରେ ରୋକିବାରେ ସଫଳ ହୋଇଛନ୍ତି ସରକାର । ଲକ୍ ଡାଉନକୁ ଏକାଥରକେ ଉଠା ନଯାଇ ଅଲଗା ଅଲଗା ଫେଜରେ ଉଠା ଯାଇପାରେ ବୋଲି ଏବେ ସମ୍ଭାବନା ବ୍ୟକ୍ତ କରାଯାଉଛି ।

ସରକାରଙ୍କ ସାମ୍ନାରେ ସବୁଠୁ ବଡ ଚ୍ୟାଲେଂଜ୍ ହେଉଛି ଏପ୍ରିଲ ୧୪ ତାରିଖରେ ଲକ୍ ଡାଉନ୍ ଶେଷ ହେବା ପରେ ଲୋକଙ୍କୁ କେମିତି ନିୟନ୍ତ୍ରିତ କରାଯିବ । ଏଥିପାଇଁ ଆବଶ୍ୟକ ନୀତି ତିଆରି କରିବାକୁ ପଡିବ । ଏମିତି ରଣନୀତି ପ୍ରସ୍ତୁତ କରିବାକୁ ପଡିବ ଯେମିତି ଲକ୍ ଡାଉନ୍ ସମାପ୍ତ ହେବା ସହ ଲକ୍ଷାଧିକ ଲୋକ ସଡକ ଉପରକୁ ଚାଲି ଆସିବେ ନାହିଁ ।

ମୁଖ୍ୟମନ୍ତ୍ରୀମାନଙ୍କ ସହ ନିକଟରେ କରିଥିବା ଭିଡିଓ କନଫରେନ୍ସରେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିଜ ରାଜ୍ୟରେ କେମିତି ଲକ୍ ଡାଉନ୍ ହଟାଇବେ ସେ ନେଇ କେନ୍ଦ୍ରକୁ ବିସ୍ତୃତ ରିପୋର୍ଟ ଦେବାକୁ କହିଥିଲେ ।

ରାଜ୍ୟଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଆଧାରରେ ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ଜିଲ୍ଲାପାଳ ତଥା ଏସଏସପିଙ୍କଠାରୁ ନେଇଥିବା ଫିଡବ୍ୟାକ୍ ଆଧାରରେ କେନ୍ଦ୍ରସରକାର ଲକ୍ ଡାଉନ୍ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରିବେ ।

କେନ୍ଦ୍ର ସରକାର ସବୁ ରାଜ୍ୟରେ ଲକ୍ ଡାଉନକୁ ଗୋଟିଏ ସମୟରେ ଖୋଲିବେ କିନ୍ତୁ  ଯଦି କୌଣସି ରାଜ୍ୟରେ କୌଣସି ଅଂଚଳରେ କରୋନା ସଂକ୍ରମଣ ଅଧିକ ହୋଇଛି ,ତେବେ ସେଠାରେ ଲକ୍ ଡାଉନ୍ ଜାରି ରହିବ ।

ଦେଶରେ ଯେଉଁଠି ବି ଲକ୍ ଡାଉନ୍ ଖୋଲାଯିବ ସେଠାରେ ୧୪୪ ଧାରା ଲାଗୁ ହେବ । ଯେମିତି ଚାରିଜଣରୁ ଅଧିକ ବ୍ୟାକ୍ତି ଗୋଟିଏ ସ୍ଥାନରେ ଏକାଠି ହୋଇ ପାରିବେ ନାହିଁ ।

ଲକ୍ ଡାଉନ୍ ସମାପ୍ତି ପରେ ମଧ୍ୟ ସମସ୍ତ ଅନ୍ତରାଜ୍ୟ ପରିବହନ ବ୍ୟବସ୍ଥା ପୂର୍ବଭଳି ବନ୍ଦ ରହିବ । ତେବେ ଯଦି କୌଣସି ବ୍ୟକ୍ତି ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟରେ ଅଟକି ଯାଇଥିବେ ତେବେ ତାଙ୍କୁ ବିଶେଷ ପରିସ୍ଥିତିରେ  ରାଜ୍ୟ ଛାଡିବାକୁ ଅନୁମତି ମିଳିବ । ତେବେ ତା’ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କର କରୋନା ଟେଷ୍ଟ ହେବ ।

ସମସ୍ତ ପ୍ରକାରର ବ୍ୟକ୍ତିଗତ ପରିବହନ ବ୍ୟବସ୍ଥା ବନ୍ଦ ରହିବ । ଯେଉଁଥିରେ ବସ ସେବା,ଟ୍ୟାକ୍ସି,ଅଟୋ ସାମିଲ । କେବଳ ଜରୁରୀ ସେବା ସମ୍ବନ୍ଧିତ ଗାଡି ହିଁ ରାସ୍ତା ଉପରେ ଚାଲି ପାରିବ । ରେଳ ଓ ବିମାନ ସେବା ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ପରିସ୍ଥିତି ସୁଧୁରିଲେ ପର୍ଯ୍ୟାୟ କ୍ରମେ ସେବା ଆରମ୍ଭ ହେବ ।

 

Leave a Reply