ଫେବୃଆରୀରୁ ଆଉ ଦେଖିବାକୁ ମିଳିବନି ‘ଦ କପିଲ ଶର୍ମା ଶୋ’, ବନ୍ଦ ହେବା ପଛରେ ଏହା ରହିଛି କାରଣ

ମୁମ୍ବାଇ: କିଛିଦିନ ପୂର୍ବରୁ ଖବର ଶୁଣିବାକୁ ମିଳୁଥିଲା ଯେ, କପିଲ ଶର୍ମାଙ୍କ କମେଡୀ ଶୋ ‘ଦ କପିଲ ଶର୍ମା ଶୋ’ ବନ୍ଦ ହେବାକୁ ଯାଉଛି । ଏହାକୁ ବନ୍ଦକରି ଏକ ନୂଆ ରୂପରେ ଲଞ୍ଚ ହେବାକୁ ଯାଉଛି ଏହି ଶୋ । ତେବେ ଶୋ ବନ୍ଦ ହେବା ଖବର ସତ କିନ୍ତୁ ଏହାର କାରଣ ଅନ୍ୟ କିଛି ବୋଲି ସୂଚନା ମିଳୁଛି । ରିପୋର୍ଟ ମୁତାବକ, ଦ କପିଲ ଶର୍ମା ଶୋ’ କିଛି ମାସ ପରେ ବନ୍ଦ ହେବାକୁ ଯାଉଛି ଏବଂ ଏକ ନୂଆ ରୂପରେ ଲଞ୍ଚ ହେବାକୁ ଯାଉଛି ।

ସୂଚନା ମୁତାବକ ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ଅଫ୍ ଏୟାର ହେବାକୁ ଯାଉଛି ଏହି ଶୋ । ‘ଦ କପିଲ ଶର୍ମା ଶୋ’ ଡିସେମ୍ବର ୨୦୧୮ରେ ଅନ ଏୟାର ହୋଇଥିଲା । ଶୋ’ ରେ କପିଲଙ୍କ ବ୍ୟତୀତ ଭାରତୀ ସିଂହ, କୃଷ୍ଣା ଅଭିଷେକ, ଚନ୍ଦନ ପ୍ରଭାକର, କୀକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ ଏବଂ ଅର୍ଚ୍ଚନା ପୁରଣ ସିଂହ ମଧ୍ୟ ଅଛନ୍ତି ।

‘ନା ଫିଲ୍ମ ରିଲିଜ ହେଉଛି ନା ଷ୍ଟାର ପ୍ରମୋସନ ପାଇଁ ଆସୁଛନ୍ତି’

ସୂଚନା ମୁତାବକ ଶୋ’ର ପୂନଃନିର୍ମାଣ କରିବାର କୌଣସି ଯୋଜନା ନାହିଁ । ଏହି ଶୋ’ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଲାଇଭ ଅଡିଆନ୍ସ ଏହି ଶୋ’ ର ମୁଖ୍ୟ ଆକର୍ଷଣ ଅଟନ୍ତି । କିନ୍ତୁ କରୋନା ମହାମାରୀ କାରଣରୁ ଲାଇଭ ଅଡିଆନ୍ସକୁ ବନ୍ଦ କରିଦିଆଗଲା । ଏଥିସହିତ ଫିଲ୍ମ ରିଲିଜ ହେବା ମଧ୍ୟ ବନ୍ଦ ହୋଇଗଲା । ଏହି କାରଣରୁ ବଲିଉଡ ଷ୍ଟାର ଫିଲ୍ମକୁ ପ୍ରମୋଶନ ପାଇଁ ଆସିଲେ ନାହିଁ । ଏଥିପାଇଁ ମେକର୍ସ ମାନେ ନିଷ୍ପତ୍ତି ନେଲେ ଯେ, ଏଭଳି ପରିସ୍ଥିତିରେ ବ୍ରେକ୍ ନେବା ସଠିକ ରହିବ ଏବଂ ସ୍ଥିତି ସୁଧୁରିବା ପରେ ପୁଣି ଏହି ଶୋ’ କୁ ଅନ୍ ଏୟାର କରାଯିବ ।

Leave a Reply