ବିକଶିତ ହୋଇସାରିଛି ଗୋଷ୍ଠୀ ରୋଗ ପ୍ରତିଷେଧକ ଶକ୍ତି: ଡାକ୍ତରଖାନା ନଯାଇ ଆପେ ସୁସ୍ଥ ହୋଇଛନ୍ତି

1 min read

ଭୁବନେଶ୍ୱର: ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ବଢିଛି ରୋଗପ୍ରତିରୋଧ ଶକ୍ତି । ଏଭିତରେ ବହୁ ଲୋକ କରୋନାରେ ସଂକ୍ରମିତ ହୋଇ ବିନା ଚିକିତ୍ସାରେ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ କରାଯାଇଥିବା ସେରୋ ସର୍ଭେରୁ ଜଣାପଡିଛି ଯେ, ହାରାହାରି ୧.୪୨ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନା ନଯାଇ ଆପେ ଭଲ ହୋଇଯାଇଛନ୍ତି ।.

୯ଶହ ଲୋକଙ୍କୁ ନେଇ ପରୀକ୍ଷାରୁ ଏହି ନିଷ୍କର୍ଷ ପହଞ୍ଚିଛି ଆରଏମଆରସି  । ତେବେ ଏହାର ପ୍ରକୃତ ରେଜଲ୍ଟ ପାଇବାକୁ ହେଲେ ମିଡ-ଅଗଷ୍ଟ ଯାଏଁ ଅପେକ୍ଷା କରିବାକୁ ହେବ  । ଏଥିସହିତ କାଶରୁ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇପାରିବେ ।

ଭୁବନେଶ୍ୱରରେ ଚାଲିଥିବା ସେରୋଲୋଜିକାଲ ସର୍ଭେ ରିପୋର୍ଟରୁ ମିଳିଛି ଏହି ତଥ୍ୟ ।  ଆରଏମଆରସି ନମୁନା ପରୀକ୍ଷଣରୁ ଜଣାପଡିଛି ଯେ, ଭୁବନେଶ୍ୱରରେ ୧୦ ଲକ୍ଷ ଲୋକ ଯଦି ରହୁଥାନ୍ତି ତେବେ ୧୪ ହଜାର ୨ଶହ ଲୋକ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଛନ୍ତି  । ଏମାନେ ଡାକ୍ତରଖାନା ଯାଇନାହାଁନ୍ତି କି ଲକ୍ଷଣ ମଧ୍ୟ ଦେଖାଦେଇନାହିଁ  ।

ମୁଖ୍ୟତଃ ଲକ୍ଷଣ ଦେଖାଗଲେ ସ୍ୱାବ୍ ଟେଷ୍ଟ ହେଉଛି । କିନ୍ତୁ ଏହିକ୍ଷେତ୍ରରେ ଏହି ୧.୪୨ ପ୍ରତିଶତ ଲୋକ ଲକ୍ଷଣ ନଥାଇ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଛନ୍ତି  । ସେରୋ ସର୍ଭେରୁ ଏହା ଜଣାପଡିଛି । ୯ଶହ କିଛି ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଯାହାର ରେଜଲ୍ଟ କରୋନାକୁ ମୁକିବିଲା କରିବାରେ ସହାୟକ ହେବ ବୋଲି କୁହାଯାଉଛି  ।

ସେରୋ ସର୍ଭେରେ ଲକ୍ଷ୍ୟ ହେଉଛି ଲୋକଙ୍କ ଦେହରେ ଆଜିକା ଦିନରେ କିଏ ସଂକ୍ରମିତ ଅଛି ତାହା ଜାଣିବା ପାଇଁ  । ତାହା ପୁଣି ୩ ସପ୍ତାହ ପୂର୍ବର ସଂକ୍ରମଣ ଷ୍ଟାଟସକୁ ନେଇ ହୋଇଥାଏ  । ଯଦି ରୋଗୀ ଦେହରେ ଲକ୍ଷଣ ଜଣାପଡିନି କିନ୍ତୁ ଆପେ ସୁସ୍ଥ ହୋଇଯାଇଛି ତେବେ ତା ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି  । ସେଥିପାଇଁ ସେରୋଲୋଜିକାଲ ଟେଷ୍ଟ କରାଯାଉଛି  ବୋଲି କହିଛନ୍ତି ଆରଏମଆରସି  ।

ତେବେ ୩ରୁ ୪ ସପ୍ତାହ ପରେ ପୁଣି ଥରେ ସିରିଆଲ ସେରୋ ଟେଷ୍ଟ କରାଯାଇ ପ୍ରକୃତ ତଥ୍ୟ ବାହାରିପାରିବ  । ଏହାସହ ଏବେ ବିଭିନ୍ନ କାଶ ଶବ୍ଦକୁ ନେଇ ଗବେଷଣା କରାଯାଉଛି  । ସାଧାରଣ କାଶ ଓ କରୋନା କାଶ ଭିତରେ କଣ ଫରକ ରହୁଛି ସେ ନେଇ ମଧ୍ୟ ଗବେଷଣା ଚାଲିଛି  । ନିପି ଓ ଆରଏମଆରସି ସହଭାଗିତାରେ ଏହି ରିସର୍ଚ୍ଚ କରାଯାଉଛି  ।

ଏଥିରେ ସଂପୃକ୍ତି ରୋଗୀ ନିଜେ ନିପି ପକ୍ଷରୁ ପ୍ରସ୍ତୁତ ଏକ ଆପ୍ ମାଧ୍ୟମରେ କାଶର ଅଡିଓ ରେକର୍ଡ କରିବେ  । ଏହି ରେକର୍ଡ ପରୀକ୍ଷା କରାଯିବ  । କାଶର ଶବ୍ଦରୁ ଜଣାପଡିବ ବ୍ୟକ୍ତି କରୋନା ପଜିଟିଭ କି ନୁହେଁ  ।

 

ଏବେ ରାଜ୍ୟରେ ୬ଟି ଜିଲ୍ଲାରେ ସେରୋଲୋଜିକାଲ ଟେଷ୍ଟ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ପୁରୀରେ ଶେଷ ହୋଇଛି  । ଭୁବନେଶ୍ୱରରେ ଚାଲିଛି  । ଏହାପରେ ବଡମ୍ବା ନରସିଂହପୁର, ଗଂଜାମ ଓ ଗଜପତିରେ କରାଯିବ ।

Leave a Reply