ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ମୁଖ୍ୟରାସ୍ତାର ସମ୍ପ୍ରସାରଣ ପାଇଁ ହେବ ଜବରଦଖଲ ଉଚ୍ଛେଦ

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିରୁ ହଟିବ ଜବରଦଖଲ । ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ମୁଖ୍ୟରାସ୍ତାର ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବ । ମୁଖ୍ୟରାସ୍ତା ସମେତ ମନ୍ଦିର ଚତୁଃପାର୍ଶ୍ୱ ରାସ୍ତା, ଶିବଗଙ୍ଗା ପୁଷ୍କରିଣୀର ଚତୁଃପାର୍ଶ୍ୱରୁ ଜବର ଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବାବା ଆଖଣ୍ଡଳମଣିଙ୍କ ପୀଠ ଓଡିଶାର ଏକ ପୁରାତନ ଶୈବପୀଠ ହୋଇଥିବା ବେଳେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ମାତ୍ର ପୀଠ ପରିସର ଓ ମୁଖ୍ୟରାସ୍ତାର ସଂକୀର୍ଣ୍ଣତା ଯୋଗୁ ଶ୍ରଦ୍ଧାଳୁ ନାନା ଅସୁବିଧାରେ ସାମନା କରୁଥିବା ଅଭିଯୋଗ ହୋଇଆସୁଥିଲା ।

ଏହି ନିଷ୍ପତ୍ତିକୁ ସାଧାରଣରେ ଗ୍ରହଣ କରାଯାଇଛି । ଦୀର୍ଘ ଦିନ ହେବ ମନ୍ଦିର ପରିସର ଉଚ୍ଛେଦ ପାଇଁ କିଛି ସମାଜସେବୀ ସହ ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଆସୁଥିଲେ । ହାଇକୋର୍ଟ ନିର୍ଦ୍ଦେଶ ପରେ ମନ୍ଦିର ପରିସର ଜବରଦଖଲ ହେଲେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି ।

Leave a Reply