କରୋନାରୁ ବଞ୍ଚିବା ପାଇଁ ଦିଆଗଲା ପ୍ରଥମ ଟୀକା !

1 min read

ଭାଇରସ ପାଇଁ ଭ୍ୟାକ୍‌ସିନ । ଆମେରିକାରେ ପ୍ରଥମ ଟୀକା ନେଲେ ୪୩ ବର୍ଷୀୟ ମହିଳା । ୪୫ ଜଣଙ୍କ ଉପରେ ୪୫ ଦିନ ଧରି ଚାଲିବ ରିସର୍ଚ୍ଚ । ଯଦି ପରୀକ୍ଷଣ ସଫଳ ରୁହେ, ତେବେ ୧୨ରୁ ୧୮ ମାସ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ । ଏଥିରେ ୧୮ରୁ ୫୫ ବର୍ଷୀୟ ୪୫ ଜଣଙ୍କୁ ସାମିଲ କରାଯାଇଛି ।

୬ ସପ୍ତାହ ପର୍ଯ୍ୟନ୍ତ ଏହାର ଅଧ୍ୟୟନ ଚାଲିବ । ସିୟାଟଲ ରିସର୍ଚ୍ଚ ସେଣ୍ଟରରେ କୋଭିଡ୍‌-19 ଭାଇରସର ମୁକାବିଲା ପାଇଁ ପରୀକ୍ଷା ଚାଲିଛି । ଏହି ସଫଳତା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡକ୍ତରଙ୍କୁ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଏହାର କ୍ଲିକାଲ ଟ୍ରାଏଲ ଆରମ୍ଭ କରିଛି ଆମେରିକା । ଏହାସହ କରୋନା ମୁକାବିଲା ପାଇଁ ଅନ୍ୟ ଥେରିପିକୁ ମଧ୍ୟ ବିକଶିତ କରୁଛି ।

ସେପଟେ ପ୍ରଥମ ଭ୍ୟାକସିନ ନେଇଥିବା ୪୩ ବର୍ଷୀୟ ଜେନିଫର ହାଲେର ନିଜର ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଏହା ପୂର୍ବରୁ ସେ ନିଜକୁ ଅସହାୟ ମନେ କରୁଥିଲେ । ତେବେ ବଡ଼ କଥା ହେଉଛି ଏହି ପରୀକ୍ଷା ସଫଳ ହେଲେ ମଧ୍ୟ ବଜାରରେ ଭ୍ୟାକିସନ ଆସିବାକୁ ୧୨ରୁ ୧୮ ମାସ ସମୟ ଲାଗିପାରେ ।

Leave a Reply