ପ୍ରତି ଘରୁ ବାହାରିବେ ଜଣେ ଜଣେ ଯବାନ !

1 min read

ଜଳେଶ୍ୱର: ମନରେ ଦେଶ ପ୍ରେମ । ମାଟି, ମାତୃକା ପାଇଁ ଲଢ଼ିବାର ଇଚ୍ଛା । ପ୍ରତି ଘରୁ ବାହାରିବେ ଯବାନ । ସ୍ୱପ୍ନର ସ୍ୱତନ୍ତ୍ର ସେନା ଗାଁ । ରାଷ୍ଟ୍ର ସେବାରେ ନିୟୋଜିତ ହେବେ । ଏପରି ମହତ୍ତ୍ୱ ଉଦ୍ଦେଶ୍ୟ ରଖି ପ୍ରଶିକ୍ଷଣ ଚାଲିଛି । ସେନାରେ ଯୋଗ ଦେଇଥିବା ଯବାନ ଛୁଟିରେ ଆସିଲେ ଗାଁର ଅନ୍ୟ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

JALESWAR

ଏହି ସ୍ୱପ୍ନର ସେନା ଗାଁ ହେଉଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତର ଆମ୍ବକୁଡୁଚି । ଗରିବ ସୀମାରେଖା ତଳେ ବସବାସ କରୁଥିବା ଗାଁର ଅଧିକାଂଶ ଲୋକ ଚାଷବାସ ଉପରେ ନିର୍ଭରଶୀଳ । ଗାଁର ୧୬ ଜଣ ଯୁବକ ଏବେ ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ । ଇଚ୍ଛା, ଗାଁର ପ୍ରତି ଘରୁ ଜଣେ ଜଣେ ସେନାରେ କାମ କରନ୍ତୁ । ମାଟି, ମାଆ ପାଇଁ ଲଢ଼ନ୍ତୁ ।

JALESWAR

ଇଚ୍ଛାକୁ ବାସ୍ତବ ରୂପ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ସେନା ବାହିନୀରେ ଥିବା ଯବାନ ଛୁଟିରେ ଗାଁକୁ ଆସି ଅନ୍ୟ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଭୋର୍ ୪ଟାରୁ ଆରମ୍ଭ ହୁଏ କସରତ । ଭୋର ୪ଟାରୁ ୭ଟା ପୁଣି ସନ୍ଧ୍ୟା ୫ରୁ ୭ଟା ଦିଆଯାଏ ପ୍ରଶିକ୍ଷଣ ।

JALESWARଯବାନ ହେବାକୁ ଲକ୍ଷ୍ୟ ରଖିଥିବା ଯୁବକ ଭିନ୍ନ ଭିନ୍ନ ଶାରୀରିକ ପ୍ରଶିକ୍ଷଣ ନେଉଛନ୍ତି । ଦଉଡ଼ି ସାହାଯ୍ୟରେ ଗଛ ଚଢ଼ିବା, ଲଙ୍ଗ ଜମ୍ପ, ହାଇ ଜମ୍ପ, ପାଣିରେ ପହଁରିବା, କ୍ରକୋଡାଇଲ ୱାକ୍ ପ୍ରଭୃତି ପ୍ରଶିକ୍ଷଣ ନେବା ସହ ଲିଖିତ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିରେ ଅନ୍ୟ ଯୁବକମାନଙ୍କୁ ସହାୟତା ଦେଉଛନ୍ତି ସେନାରେ ଥିବା ଯବାନ । ')}

Leave a Reply