ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଏବେ ବଜାରରେ ସାନିଟାଇଜର ଏବଂ ମାସ୍କର ଦର ବୃଦ୍ଧି ହୋଇଛି । ଲୋକ ମାନଙ୍କର ଚାହିଦାକୁ ଲକ୍ଷ କରି କିଛି କଳାବଜାରୀ ବ୍ୟବସାୟୀ ସଂସ୍ଥା ଏହାକୁ ବୃଦ୍ଦି କରିଛନ୍ତି । ତେବେ ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର  । ଏନେଇ କେନ୍ଦ୍ରମନ୍ତ୍ରୀ ରାମ ଭିଲାସ୍ ପାସୱାନ୍ ଟ୍ୱିଟ୍‌ କରି ସାନିଟାଇଜର ଏବଂ ମାସ୍କର ଦର ଲୋକ ମାନଙ୍କୁ ଜଣାଇଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ, ୨ ଏବଂ ୩ ପ୍ଲାଇ ମାସ୍କରେ ବ୍ୟବହୃତ କପଡ଼ାର ମୂଲ୍ୟ ୧୨ ଫେବୃଆରୀ ୨୦୨୦ ଭଳି ରହିବ । ୨ ପ୍ଲାଇ ମାସ୍କର ଖୁଚୁରା ମୂଲ୍ୟ ୮ ଟଙ୍କା ଏବଂ ୩ ପ୍ଲାଇ ମାସ୍କ ୧୦ ଟଙ୍କାରୁ ଅଧିକ ହେବ ନାହିଁ  ।

୨୦୦ ମିଲି ବୋତଲ ହ୍ୟାଣ୍ଡ ସାନିଟାଇଜରର ଖୁଚୁରା ମୂଲ୍ୟ ୧୦୦ ଟଙ୍କାରୁ ଅତିକ୍ରମ କରିବ ନାହିଁ  । ଅନ୍ୟ ଆକାରର ବୋତଲଗୁଡିକ ମଧ୍ୟ ସମାନ ଅନୁପାତରେ ମୂଲ୍ୟ ଦିଆଯିବ  । ଏହି ମୂଲ୍ୟଗୁଡିକ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ  ।

କରୋନା ଭାଇରସ୍ # COVID19 ଆରମ୍ଭ ହେବା ପରଠାରୁ ବଜାରରେ ମାସ୍କ, ଏହାର ଉତ୍ପାଦନରେ ବ୍ୟବହୃତ ସାମଗ୍ରୀ ଏବଂ ହ୍ୟାଣ୍ଡ ସାନିଟାଇଜରର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ଏହାକୁ ଗୁରୁତର ସହ ନେଇ ସରକାର ସେମାନଙ୍କ ମୂଲ୍ୟ ସ୍ଥିର କରିଛନ୍ତି ।

 

Leave a Reply