ଥାଇଲାଣ୍ଡ୍ ଚୀନକୁ ଦେଲା ଝଟକା,ପ୍ରୋଜେକ୍ଟ ରଦ୍ଦ ସହ କିଣିବନି ବୁଡା ଜାହଜ

1 min read

ବ୍ୟାଂକକ: କୂଟନୀତି ପ୍ରୟୋଗ କରି ସାରା ବିଶ୍ୱକୁ ଚିନ୍ତାରେ ପକାଉଥିବା ଚୀନକୁ ଡବଲ ଝଟକା ଦେଇଛି ଥାଇଲ୍ୟାଣ୍ଡ । ଥାଇଲ୍ୟାଣ୍ଡ ଚୀନର କ୍ରା କେନାଲ ପ୍ରକଳ୍ପକୁ ରବ୍ଦ କରି ଦେଇଛି । ଯାହା ଦ୍ୱାରା ଚୀନକୁ ଏବେ ଷ୍ଟ୍ରେଟ ଅଫ ମଲାକ୍କାରୁ ରାସ୍ତା ମିଳିବା କଷ୍ଟସାଧ୍ୟ ହେବ । ଖାସ କଥା ହେଉଛି ପୂର୍ବ ଲଦାଖର ଗଲଓ୍ୱାନ ଘାଟୀରେ ବିବାଦ ପରେ ଭାରତ ନିଜ ଜାହାଜ ମୃତୟନ କରିଥିଲା । ଏହି ରାସ୍ତାର ଆକ୍ସେସ ହାସଲ କରି ଭାରତ ମହାସାଗର ଏବଂ ଦକ୍ଷିଣ ଚୀନ ସାଗର ମଧ୍ୟରେ ନିଜ ସୈନ୍ୟଙ୍କ ପାଇଁ ସହଜରେ ରାସ୍ତା ପ୍ରସ୍ତୁତ କରିବାକୁ ଯୋଜନା କରିଥିଲା ଚୀନ୍‌ । ଏବେ କିନ୍ତୁ ଥାଇଲ୍ୟାଣ୍ଡର ନିଷ୍ପତ୍ତି ପରେ ଜଣାପଡ଼ୁଛି କି, ହୁଏତ ଚୀନ ଭାରତ ସହିତ ଯୁଦ୍ଧ କରିବା ଲକ୍ଷ୍ୟରେ ଆଗକୁ ବଢୁଛି, କିନ୍ତୁ ଏସିୟା ମହାଦେଶରେ ତା’ର ପ୍ରଭୃତ୍ୱ କରିବାର ସ୍ୱପ୍ନ ସତ ହେବ ନାହିଁ ।

କ୍ରା କେନାଲ ପ୍ରକଳ୍ପ ୧୨୦ କିଲୋମିଟରର ମେଗା ପ୍ରକଳ୍ପ ଥିଲା । ଏହା ଥାଇଲ୍ୟାଣ୍ଡର କ୍ରା’ରେ ଇସ୍ଥମସ ଦେଇ ଗତି କରିଥାନ୍ତା । ଯାହା ଚୀନ ପାଇଁ ଏକ ମୁଖ୍ୟ ରାସ୍ତା ହୋଇଯାଇଥାନ୍ତା । ଚୀନର ନୌସେନାକୁ ଏଠାରୁ ଦକ୍ଷିଣ ଚୀନ ସାଗର ଏବଂ ଭାରତ ମହାସାଗର ମଧ୍ୟରେ ଥିବା ପାଦ ଦେଶରେ ପଥ ପରିଷ୍କାର ହୋଇଥାନ୍ତା । ରିପୋର୍ଟ ଅନୁଯାୟୀ ଯଦିଓ ଥାଇଲ୍ୟାଣ୍ଡକୁ କୌଣସି ଫରକ ପଡ଼ିନଥାନ୍ତା ତଥାପି ମିଆଁମାର ଏବଂ କମ୍ବୋଡ଼ିଆ ଭଳି ଦେଶଙ୍କ ପାଇଁ ଚୀନ ଦଖଲକୁ ନେଇ ସମସ୍ୟା ସୃଷ୍ଟି ହୋଇଥାନ୍ତା ।
ଭାରତର ପୂର୍ବ ଏବଂ ଉତ୍ତର ପୂର୍ବ ସୀମାକୁ ନେଇ ବିବାଦ ସହିତ ପୂର୍ବ ଚୀନ ଏବଂ ଦକ୍ଷିଣ ଚୀନ ସାଗରକୁ ନେଇ କେତେକ ଦେଶ ବିବାଦୀୟ ସ୍ଥିତିରେ ଅଛନ୍ତି । ଡ୍ରାଗନ ନିଜ ସୈନ୍ୟ ବଳକୁ ଅଧିକ ମଜବୁତ ଏବଂ ବିସ୍ତ୍ରୁତ କରିବାର କାର୍ୟ୍ୟକୁ ତୀବ୍ର କରି ସାରିଛି । ଭାରତ ମହାସାଗର ଏବଂ ଦକ୍ଷିଣ ଚୀନ ସାଗରରେ ସୈନ୍ୟ ସ୍ଥିତିରେ ଚୀନର ସକ୍ରିୟତା ବଢିବାରୁ ସମସ୍ତଙ୍କ ନଜର ଚୀନ ଉପରେ ରହିଛି । ଆମେରିକା ମଧ୍ୟ ତା’ର ଯୁଦ୍ଧ ଜାହାଜ ମୃତୟନ କରି ସାରିଛି । ଏହି ମଧ୍ୟରେ ମଲକ୍କା ଷ୍ଟ୍ରେଟ୍‌ ଭଳି ଭୌଗୋଳିକ ପ୍ରାଧାନ୍ୟ ଥିବା ସ୍ଥାନରେ ରାସ୍ତା ନମଳିବାରୁ ଚୀନକୁ ଏକ ବଡ଼ ଝଟକା ଲାଗିଛି ।

କେବଳ ସେତିକି ନୁହେଁ ଥାଇଲ୍ୟାଣ୍ଡ ଦୁଇ ଉଆନ କ୍ଲାସର S26T ସବମରିନକୁ କିଣିବା ପାଇଁ ମନା କରି ଦେଇଛି । ଯାହାର ମୂଲ୍ୟ ୭୨.୪ କୋଟି ଡଲାର । ଏହାକୁ ନେଇ ସରକାର ବିରେଧୀ ଦଳର ଟାର୍ଗେଟକୁ ଆସି ଯାଇଥିଲେ । ଏବେ ଏହି ଡିଲକୁ ୨୦୨୨ ପର୍ଯ୍ୟନ୍ତ ଦିଆଯାଇଛି । ତେବେ ସଂସଦର ବଜେଟ୍‌ ଅଧିବେଶନରେ ଏହି ସୂଚନା ଦେଇଛନ୍ତି ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ୍‌ ଓଚା । ସୂଚନାଯୋଗ୍ୟ ୭ ବର୍ଷରେ ଏହି ଦୁଇ ସବମରିନ୍‌ କିଣିଥାନ୍ତା ଥାଇଲ୍ୟାଣ୍ଡ ।

Leave a Reply