ଜେଫ୍ ବୋଜସଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହେଲେ ‘ଟେଲସା’ର ସିଇଓ ଏଲନ ମସ୍କ

1 min read

ନୂଆଦିଲ୍ଲୀ: ଟେଲସାର ସିଇଓ ଏଲନ ମକ୍ସ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ସେ ଆମାଜନର ଜେଫ୍ ବୋଜାସଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ଏଲନ ମକ୍ସଙ୍କ ନେଟୱର୍ଥ ୧୮୮ ବିଲିୟନ ୟୁଏସ ଡଲାରରୁ ଅଧିକ ରହିଛି, ଯାହାକି ଆମାଜନର ସଂସ୍ଥାପକ ଜେଫ ବୋଜାସଙ୍କ ନେଟୱର୍ଥରୁ ୧୮୭ ବିଲିୟନ ୟୁଏସ ଡଲାରରୁ ଏକ ଡଲାର ଅଧିକ ରହିଛି । ତେବେ ଟେଲସାଙ୍କ ସେୟାର ପ୍ରାଇସରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ଇଲେକଟ୍ରିକ୍ କାର ପ୍ରସ୍ତୁତ କରୁଥିବା କମ୍ପାନୀ ଟେଲସାର ମାଲିକ ମସ୍କ ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ପକ୍ଷରୁ ଜାରି କରାଯାଉଥିବା କୋଟିପତିଙ୍କ ତାଲିକାରେ ସେ ଆମାଜନର ମାଲିକ ଜେସ ବୋଜସଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ୫୦୦ କୋଟିପତିଙ୍କ ନାଁ ସାମିଲ ଅଛି ।

ଏହି ଉପଲବ୍ଧୀ ହାସଲ କରିବା ପରେ ମସ୍କ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ଟ୍ୱିଟର ୟୁଜର୍ୟଙ୍କୁ ଉତ୍ତର ଦେଇ ସେ ଲେଖିଛନ୍ତି ଯେ, ‘ଏହା କେତେ ଅଜବ କଥା’ ।

ସାରା ବିଶ୍ୱ ପାଇଁ ୨୦୨୦ ଅବଶ୍ୟ ଏକ କାଳ ବର୍ଷ ପରି ଥିଲା କିନ୍ତୁ ଏଲନ ମସ୍କ ପାଇଁ ପୂର୍ବ ୧୨ ମାସ ଖୁବ ଭଲ ଥିଲା । ପ୍ରାୟ ୨୭ ବିଲିୟନ ୟୁଏଏସ ଡଲାର ମୂଲ୍ୟ ସହ ୨୦୨୦ ମସିହାର ଶୁଭାରମ୍ଭ କରିଥିବା ଏଲନ ମାସ୍କ ନିଜ ସମ୍ପତ୍ତିରେ ୧୫୦ ବିଲିୟନ ଡଲାର ବୃଦ୍ଧି ଦେଖିଥିଲେ । ଯାହାକି ତାଙ୍କ ପାଇଁ ବାଣିଜ୍ୟ କ୍ଷେତ୍ରରେ ଏକ ଶୁଭ ସଙ୍କେତ ଥିଲା । ଏହା ବୋଧହୁଏ ଇତିହାସରେ ସବୁଠୁ ଦୃତ ଗତିରେ ହୋଇଥିବା ଧନ ବୃଦ୍ଧିର ଉଦାହରଣ ଅଟେ ।

Leave a Reply