ଟିଭି ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

ମୁମ୍ବାଇ: ଟିଭି ଜଗତରୁ ପୁଣି ଥରେ ଏକ ଦୁଃଖଦ ଖବର ଆସିଛି । ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇନଥିବାବେଳେ ବିଶିଷ୍ଟ ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୁମ୍ବାଇ ମଲାଡସ୍ଥିତ ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ୨ରୁ ୩ ଦିନ ପୂର୍ବରୁ ଅଭିନେତା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଛି । ୪୪ ବର୍ଷିୟ ସମୀର ଶର୍ମା ଚଳିତ ବର୍ଷ ଫେବ୍ରୁଆରୀରେ ଉକ୍ତ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ । ଗତକାଲି ରାତିରେ ଡ୍ୟୁଟି ବେଳେ ବିଲଡିଂର ଚୌକିଦାର ସମୀର ଶର୍ମାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ।

ସମୀର ଶର୍ମା ଅନେକ ସିରିୟଲରେ କାମ କରିସାରିଛନ୍ତି। କ୍ୟୁ କିଁ ଶାଶ୍ ଭି କଭି ବହୁ ଥି, କାହାନୀ ଘର ଘର କି, ୟେ ରିସ୍ତେ ହେଁ ପ୍ୟାର କି ପରି ଅନେକ ସିରିୟଲରେ କାମ କରିଛନ୍ତି ସମୀର ।

ମଲାଡ ପୋଲିସ ମୁତାବକ, ସମୀର ଏହି ବର୍ଷ ଫେବୃଆରୀରେ ଆପାର୍ଟମେଣ୍ଟ ଭଡ଼ାରେ ନେଇଥିଲେ । ରାତିରେ ଡ୍ୟୁଟି କରୁଥିବାବେଳେ ସୋସାଇଟିର ଚୌକିଦାର ମୃତଦେହକୁ ଦେଖିଥିଲେ । ଏହାପରେ ଘଟଣା ବିଷୟରେ ସୋସାଇଟିର ଅନ୍ୟ ଲୋକମାନଙ୍କୁ କହିଥିଲେ । ମୃତଦେହକୁ ଦେଖିବା ପରେ ପୋଲିସ ସନ୍ଦେହ କରୁଛି ଯେ, ଅଭିନେତା ଜଣଙ୍କ ଦିନକ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ସମୀରଙ୍କ ରୁମକୁ କଣସି ସୁଇସାଇଟ ନୋଟ ଏଯାବତ ମିଳିନାହିଁ  ।

Leave a Reply