ପାର୍ଟି ଫଣ୍ଡରେ ପ୍ରତିମାସ ୧୦ ହଜାର ପୈଠ କରିବାକୁ ନିର୍ଦ୍ଦେଶ ଦେଲେ ତେଜସ୍ୱୀ

1 min read

ପାଟଣା: ଆରଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ ନିଜ ଦଳର ବିଧାୟକ ଓ ବିଧାନ ପରିଷଦର ସଦସ୍ୟ(MLC)ମାନଙ୍କୁ ପ୍ରତିମାସରେ ପାର୍ଟି ଫଣ୍ଡରେ ୧୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦଳର ୭୫ ବିଧାୟକ ଓ ୧୦ ଏମଏଲସିଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

କିଛି ବିଧାୟକ ଓ ଏମଏଲସିମାନେ ଏହି ଟଙ୍କା ପାଣ୍ଠିରେ ପୈଠ କରିବା ଆରମ୍ଭ କରିଦେଲେଣି। ସୂଚନା ମୁତାବକ ପୂର୍ବରୁ ତେଜସ୍ୱୀ ସମସ୍ତଙ୍କୁ ମାସିକ ୨୫ ହଜାର ଟଙ୍କା ଦଳୀୟ ପାଣ୍ଠିରେ ଜମା କରିବାକୁ କହିଥିଲେ। ହେଲେ ଅନେକ ନେତା ଅସନ୍ତୋଷ ପ୍ରକାଶ କରିବାରୁ ବାଧ୍ୟ ହୋଇ ଏହାକୁ କମାଇ ୧୦ ହଜାର ଟଙ୍କା ରଖିବାକୁ ତେଜସ୍ୱୀ ନିଷ୍ପତ୍ତି ନେଇଛନ୍ତି। ସେହିପରି ପୂର୍ବତନ ନିର୍ବାଚିତ ପ୍ରତିନିଧିମାନଙ୍କୁ ୪ ହଜାର ଟଙ୍କା ଲେଖାଏଁ ଦେବାକୁ କୁହାଯାଇଛି।

ଏହାକୁ ନେଇ ଜେଡିୟୁ ନେତା ଅଜୟ ଆଲୋକ ଆରଜେଡି ସୁପ୍ରିମୋଙ୍କୁ ଘେରିଛନ୍ତି। ସେ କହିଛନ୍ତି ‘ପ୍ରଥମ ଟିକେଟ୍ ପାଇଁ ଟଙ୍କା ଦିଅ, ଜିତିବା ପରେ ଦରମାରେ କମିଶନ, ହାରିଗଲେ ପେନସନରେ କମିଶନ, ତୁମେ ନୋଟ୍ ଖାଉଛ କି? ଭୋକର ବି ଏକ ସୀମା ଅଛି, ଟଙ୍କା ମାମଲାରେ ଇଏ ତ ଲାଲୁଙ୍କୁ ବି ପଛରେ ପକାଇ ଦେଲେ…ଏ ହେଉଛନ୍ତି କୁବେରଙ୍କ ରାକ୍ଷସୀ ସାଧକ।’

Leave a Reply