୬୦୦୦MAh ବ୍ୟାଟେରୀ ଓ ୬୪MP କ୍ୟାମେରା ସହ ଆସୁଛି Samsung Galaxy M31s

1 min read
Technology Story, Samsung Galaxy Mobile Phone Launching 64 Mega Pixel Camera.

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସ୍ୟାମସଙ୍ଗ ଖୁବ୍ ଶୀଘ୍ର ନୂଆ ଗାଲାକ୍ସି M31s ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି। ନିକଟରେ , ଏହି ସ୍ମାର୍ଟଫୋନ୍ ବେଞ୍ଚମାର୍କିଂ ୱେବସାଇଟ୍ ଗିକବେଞ୍ଚରେ ଦେଖିବାକୁ ମିଳିଥିଲା ।  ୱେବସାଇଟରେ ଫୋନର ସ୍ପେଶିଫିକେସନ ସାମ୍ନାକୁ ଆସିଥିଲା । ୯୧ ମୋବାଇଲର ରିପୋର୍ଟ ଅନୁସାରେ , ଏବେ ଦକ୍ଷିଣ କୋରିଆରେ ଫୋନ୍ ର ବ୍ୟାଟେରୀ ସାର୍ଟିଫାଏଡ୍ କରାଯାଇଛି । ରିପୋର୍ଟ ଅନୁଯାୟୀ, ସ୍ୟାମସଙ୍ଗ ଗ୍ୟାଲାକ୍ସି M31s ରେ ୫,୮୩୦ mAh (ପ୍ରାୟ ୬୦୦୦mAh) ଲିଥିୟମ୍-ଆୟନ ବ୍ୟାଟେରୀ ରହିବ ।

Samsung Galaxy M31s

ରିପୋର୍ଟ ଅନୁସାରେ , ସ୍ୟାମସଙ୍ଗ ଗାଲାକ୍ସି M31ରେ ୬ GB RAM, ସ୍ୟାମସଙ୍ଗ Exynos ୯୬୧୧ ପ୍ରୋସେସର ଏବଂ ଆଣ୍ଡ୍ରଏଡ୍ ୧୦ ଅପରେଟିଂ ସିଷ୍ଟମ୍ ରହିବ ।  ଫଟୋଗ୍ରାଫି ପାଇଁ ଫୋନରେ ୬୪ ମେଗାପିକ୍ସେଲର କ୍ୱାଡ-ରିୟର କ୍ୟାମେରା ସେଟଅପ୍ ରହିବ । ଏହା ୬୪ MP + ୮ MP + ୫ MP + ୫ MP ବ୍ୟାକ୍ କ୍ୟାମେରା ସେଟଅପ୍ ଏବଂ ୩୨ MP ଫ୍ରଣ୍ଟ କ୍ୟାମେରା ରହିବ ।

Samsung Galaxy M31s

ଫୋନ୍ ଗାଲାକ୍ସି M31Sରେ ଏକ ୬.୪ ଇଞ୍ଚ ଏମୋଲେଡ୍ ଡିସପ୍ଲେ ରହିବ । ସ୍ମାର୍ଟଫୋନରେ ଆସୁଥିବା ୬୦୦୦mAh ବ୍ୟାଟେରୀ ୨୨.୫ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ଗିକବେଞ୍ଚ ସ୍କୋର ବିଷୟରେ କହିବାକୁ ଗଲେ, ଫୋନଟି ସିଙ୍ଗଲ-କୋର ଟେଷ୍ଟରେ ୩୪୭ ପଏଣ୍ଟ ଏବଂ ମଲ୍ଟି-କୋର ଟେଷ୍ଟରେ ୧,୨୫୬ ପଏଣ୍ଟ ପାଇଛି । କମ୍ପାନୀ ଗାଲାକ୍ସି M31 ଫୋନ୍ କୁ ପ୍ରଥମେ ୧୫,୯୯୯ ଟଙ୍କାରେ ଲଞ୍ଚ କରିଥିଲା । ତେବେ ନୂଆ ଫୋନର ଦାମ ପାଖାପାଖି ସମାନ ହୋଇପାରେ।

Leave a Reply