ଆରପାରିରେ ଭାରତୀୟ କ୍ରିକେଟରଙ୍କ ସୁପର ଫ୍ୟାନ୍ ‘ଚାରୁଲତା ପଟେଲ୍’, BCCIର ଶୋକ ପ୍ରକାଶ

ମୁମ୍ବାଇ : ୨୦୧୯ କ୍ରିକେଟ୍ ବିଶ୍ୱକପ ସମୟରେ ଘରେ ଘରେ ପରିଚିତି ହାସଲ କରିଥିବା ସୁପର ଫ୍ୟାନ୍ ଚାରୁଲତା ପଟେଲଙ୍କର ଦେହାନ୍ତ ହୋଇଛି । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏ ନେଇ ବିସିସିଆଇ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ ତାର ଅଫିସିଆଲ୍ ପେଜରେ ଉଲ୍ଲେଖ କରିଛି ଯେ, ଚାରୁଲତା ସବୁଦିନ ପାଇଁ ଆମ ମାନଙ୍କ ହୃଦୟରେ ରହିବେ ଏବଂ କ୍ରୀଡା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।


୨୦୧୯ରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଚାଲିଥିବା ବେଳେ ଚାରୁଲତା ପଟେଲଙ୍କୁ ଦେଖିବାକୁ ମିଳିଥିଲା । ୮୭ ବର୍ଷ ବୟସରେ ମଧ୍ୟ ସେ ମେନ୍ ଇନ୍ ବ୍ଲୁଙ୍କୁ ଚିଅର ଅପ୍ କରିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଭାରତୀୟଙ୍କର ସମସ୍ତ ମ୍ୟାଚ୍ ସେ ଦେଖିବା ସହ ବିରାଚ କୋହଲିଙ୍କୁ ଶ୍ରେଷ୍ଠ ଖେଳାଳି ବୋଲି କହିଥିଲେ । ମ୍ୟାଚ୍ ଶେଷହେବା ପରେ ଭାରତୀୟ ଅଧିନାୟକଙ୍କ ସମେତ ଅନ୍ୟାନ୍ୟ ଖେଳାଳି ମଧ୍ୟ ଚାରୁଲତାଙ୍କ ସହ କିଛି ସମୟ ବିତାଇଥିଲେ ।


ଭାରତର ସବୁ ମ୍ୟାଚବେଳେ ସେ ପଡ଼ିଆରେ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଥିଲା । କୋହଲିଙ୍କ ସହ ତାଙ୍କର ଫଟୋ ମଧ୍ୟ ବେଶ୍ ଭାଇରାଲ୍ ହୋଇଥିଲା ।

Leave a Reply