ବିଦ୍ୟୁତ୍‌ ଗ୍ରାହକଙ୍କୁ ଦିଆଯିବ କ୍ୱାଲିଟି ପାୱାର, ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ

1 min read

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହାକଙ୍କୁ କ୍ୱାଲିଟି ପାୱାର ଯୋଗାଇ ଦିଆଯିବ । ଏହାସହ ଏଟିସି ଲସ୍‌କୁ ୧୫ ପ୍ରତିଶତ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ସେସୁର ୫୧ ପ୍ରତିଶତ ଅଂଶଧନ କିଣିଥିବା ଟାଟା ପାୱାର ଏନେଇ ଅଣ୍ଟା ଭିଡ଼ିଛି । ୨୦୨୦-୨୧ ବର୍ଷରେ ବିଦ୍ୟୁତ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣ ପାଇଁ ଟିପିସିଓଡିଏଲ୍‌ ୩୪୪ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଓଇଆରସି ପାଖରେ କରିଥିବା ଆବେଦନର ଆଜି ଶୁଣାଣି ହୋଇଛି । ତେବେ ଖୁବଶୀଘ୍ର ଗ୍ରାହକଙ୍କୁ କ୍ୱାଲିଟି ପାୱାର ଯୋଗାଇ ଦେବା ସହ ଅନେକ ସଂସ୍କାର ଅଣାଯିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ମୁଖ୍ୟତଃ ବିଦ୍ୟୁତ ବିଭାଗର ଭିତ୍ତିଭୂମି ଓ ଏଟିସି ଲସ୍‌ କମାଇବାକୁ ଏହି ଅର୍ଥ ଖର୍ଚ୍ଚ କରାଯିବ । ଏନେଇ କମ୍ପାନୀ ପକ୍ଷରୁ ବିଦ୍ୟୁତ ନିୟାମକ ଆୟୋଗ-ଓଇଆରସି ପାଖରେ କରାଯାଇଥିବା ଆବେଦନ ଉପରେ ଆଜି ଶୁଣାଣି କରାଯାଇଛି । ଟିପିସିଓଡ଼ିଏଲ ତରଫରୁ କ୍ୟାପେସରେ ଖର୍ଚ୍ଚ କରିବାକୁ କରାଯାଇଥିବା ଆବେଦନରେ ଟାଟା ପାୱାର ସମେତ ୮ଜଣ ଆବେଦନକାରୀ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି । ୩୪୪ କୋଟି ଖର୍ଚ୍ଚ କରାଗଲେ ବିଦ୍ୟୁତ ଗ୍ରାହକଙ୍କୁ କ୍ୱାଲିଟି ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି କମ୍ପାନୀ ଯୁକ୍ତି ବାଢ଼ିଛି । ବିଶେଷକରି ଏହି ଅର୍ଥ ଖର୍ଚ୍ଚ ହେବ ଭିତ୍ତିଭୂମି ଓ ରକ୍ଷାଣବେକ୍ଷଣ କାମରେ । ଖୁଣ୍ଟ ଓ କେବଲ୍ ବଦଳା ଯିବ । ଯାହା ଫଳରେ ଏଟିସି ଲସ କମା ଯାଇପାରିବ ।

ସେହିପରି ବିଦ୍ୟୁତ ବିଭାଗରେ ଅନେକ ସଂସ୍କାର ଆଣିବା ସହ ଉପଭୋକ୍ତାଙ୍କୁ କ୍ୱାଲିଟି ବିଦ୍ୟୁତ ଯୋଗାଇ ଦେବାକୁ ଶକ୍ତି ବିଭାଗ ଅଣ୍ଟା ଭିଡ଼ିଛି । କେବଳ ସେତିକି ନୁହେଁ, ଟାଟା ପାୱାରର ଟିପିସିଓଡ଼ିଏଲ ୮ବର୍ଷ ଭିତରେ ୨୬ଶହ କୋଟି ଖର୍ଚ୍ଚ କରିବାର ଯୋଜନା ରଖିଛି । ତେବେ ବିଦ୍ୟୁତ ବିଭାଗର ସଂସ୍କାର ଓ ଏଟିସି ଲସ ନେଇ କରାଯାଉଥିବା ଯୋଜନାକୁ ସ୍ୱାଗତ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।

(ଚିନ୍ମୟ ମହାପାତ୍ର)

Leave a Reply