ବିବାହିତ ମହିଳାଙ୍କୁ ପ୍ରେମ କରି ଗିରଫ ହେଲେ ପୋଲିସ ବାବୁ

ଖୋର୍ଦ୍ଧା: ଖାକିରେ ଲାଗିଲା ଦାଗ । ଖୋର୍ଦ୍ଧା ଜିଲ୍ଲାରେ ପୋଲିସ ସାଜିଲା ପ୍ରତାରକ । ମହିଳାଙ୍କୁ ପ୍ରତାରଣା ଅଭିଯୋଗରେ ଫସିଲେ ପୋଲିସ ଏସଆଇ । ଟାଙ୍ଗୀ ଥାନା ଏସଆଇଙ୍କ ବିରୋଧରେ ଆସିଲା ପ୍ରେମ ପରେ ପ୍ରତାରଣା ଅଭିଯୋଗ । ବନ୍ଧାହେଲେ ଥାନା ବାବୁ ଭାଗିରଥି ଦାସ  । ଟାଙ୍ଗୀ ଥାନା ଅଞ୍ଚଳର ବିବାହିତା ମହିଳାଙ୍କୁ ପ୍ରତାରଣା କରିଥିବା ପରି ସଙ୍ଗୀନ ଅଭିଯୋଗ ଆସିଥିଲା ଭାଗିରଥିଙ୍କ ନାଁରେ । ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା ।

ଥାନାରେ କାର୍ଯ୍ୟ କରୁଥିବା ସମୟରେ ଏହି ମହିଳାଙ୍କ ସଂସ୍ପର୍ଷରେ ଆସିଥିଲେ । ମହିଳା ଜଣଙ୍କ ଭାଗିରଥି ଦାସଙ୍କ ଗାଁର ବୋଲି ଜଣାପଡ଼ିଛି । ଏହାସହ ମହିଳା ଜଣଙ୍କ ସ୍କୁଲ ବନ୍ଧୁ ମଧ୍ୟ ଥିଲେ । ମହିଳା ଜଣଙ୍କ ବିବାହିତା ଥିବା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ଏବଂ ପୋଲିସ ବାବୁ ତାଙ୍କୁ ବିବାହର ପ୍ରତିଶୃତି ଦେଇ ପରେ ମନା କରିଦେଇଥିଲେ । ତେଣୁ ବିବାହିତା ମହିଳା ଜଣଙ୍କ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ଖୋର୍ଦ୍ଧା ଏସଡ଼ିପିଓ ନିଜେ ଘଟଣାର ତଦନ୍ତ କରିଥିଲେ । ଏ ସମ୍ପର୍କ କିଛି ପ୍ରମାଣ ମିଳିବା ପରେ ଭାଗିରଥିଙ୍କୁ ଗିରଫ କରି ଜେଲକୁ ପଠାଇଛି ପୋଲିସ । ଏହାସହ ତଦନ୍ତ ଏବେ ଜାରି ରହିଛି ।

Leave a Reply