ବୁଡ଼ି ଯାଉଥିବା ଯୁବକଙ୍କୁ ଶାଢୀ ଫିଙ୍ଗି ବଞ୍ଚାଇଲେ ମହିଳା

1 min read

ତାମିଲନାଡୁ: ସୋସିଆଲ ମିଡିଆରେ ୩୮ ବର୍ଷୀୟ ସେନ୍ଥମିଞ୍ଜ ସେଲ୍ୱୀ, ୩୪ ବର୍ଷୀୟ ମୁଥମଲ ଏବଂ ୩୪ ବର୍ଷୀୟ ଅନନ୍ତବଲ୍ଲୀ ନାମକ ସାହାସୀ ମହିଳାଙ୍କୁ ଖୁବ ପ୍ରଶଂସା କରାଯାଉଛି । ମାମଲା ତାମିଲନାଡୁର ଏକ ଗାଁର । ସେଠାରେ ଥିବା ଏକ ଜଳାଶୟରେ ବୁଡ଼ି ଯାଉଥିବା ୪ ଜଣ ଯୁବକଙ୍କୁ ଶାଢୀ ଫିଙ୍ଗି ବଂଚାଇଛନ୍ତି ଏହି ତିନି ସାହାସୀ ମହିଳା ।

 

ଏକ ଜାତୀୟ ଗଣ ମାଧ୍ୟମର ଖବର ଅନୁସାରେ ଏହି ଘଟଣା ଅଗଷ୍ଟର ୬ ତାରିଖର । ସିରୁବଚଚୁର ଗାଁର ୧୨ ଜଣ ଯୁବକ କୋଟାରଇ ଗାଁକୁ କ୍ରିକେଟ୍ ଖେଳିବାକୁ ଯାଇଥିବା ଦିନ ଏହି ଦୁର୍ଘଟଣା ଘଟିଛି । କ୍ରିକେଟ ଖେଳ ସାରି ସେମାନେ ସେହି ଗାଁରେ ଥିବା ଏକ ଡ୍ୟାମକୁ ଗାଧୋଇବାକୁ ଯାଇଥିଲା । ଲଗାଣ ବର୍ଷା ଯୋଗୁଁ ଡ୍ୟାମର ପାଣି ୧୫ରୁ ୨୦ ଫୁଟ ଉପରକୁ ଉଠି ଯାଇଥିଲା ।

ରକ୍ଷା କରିଥିବା ମହିଳାଙ୍କ କହିବା ଅନୁସାରେ ଡ୍ୟାମ ନିକଟରେ ଯୁବକ ମାନଙ୍କୁ ଦେଖି ଡ୍ୟାମରେ ଗଭୀର ପାଣିଥିବା କହି ସେମାନେ ସଚେତନ କରାଇଥିଲେ । କିନ୍ତୁ ଅସାବଧାନତା ଯୋଗୁଁ ସେମାନେ ଡ୍ୟାମରେ ବୁଡ଼ିଗଲେ । ତିନି ମହିଳା ଘରକୁ ଫେରିବା ସମୟରେ ୪ ଜଣ ଯୁବକ ଯେତେବେଳେ ପାଣିରେ ବୁଡ଼ି ଯାଉଥିଲେ ସେମାନଙ୍କୁ ବଂଚାଇବା ପାଇଁ କିଛି ନ ଭାବି ପିନ୍ଧିଥିବା ଶାଢୀକୁ ଖୋଲି ପାଣି ମଧ୍ୟକୁ ଫିଙ୍ଗିଦେଲେ ।

୪ ଜଣଙ୍କ ମଧ୍ୟରୁ କାର୍ତ୍ତିକ ଏବଂ ସେନ୍ଥିଲବେଲନ ନାମକ ଦୁଇ ଯୁବକଙ୍କୁ ବଂଚାଇବାରେ ସେମାନେ ସଫଳ ହେଲେ, କିନ୍ତୁ ଅନ୍ୟ ଦୁଇ ଜଣଙ୍କୁ ବଂଚାଇ ପାରିଲେ ନାହିଁ । ମୃତ ଦୁଇ ଯୁବକଙ୍କ ମଧ୍ୟରୁ ଜଣକର ବୟସ ୧୭ ବର୍ଷ ଥିବା ବେଳେ ଅନ୍ୟ ଜଣକର ବୟସ ଥିଲା ୨୫ ବର୍ଷ । ତେବେ ୨୫ ବର୍ଷୀୟ ରଞ୍ଜିଥ ଜଣେ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ଥିଲେ ।

Leave a Reply