କମେଡ଼ି ଆକ୍ଟର ବଦିବେଲ ବାଲାଜୀଙ୍କ ପରଲୋକ

1 min read

ନୂଆଦିଲ୍ଲୀ: ପ୍ରସିଦ୍ଧ ଆକ୍ଟର ଏବଂ କମେଡିଆନ ବଦିବେଲ ବାଲାଜୀଙ୍କର ୪୫ ବର୍ଷ ବୟସରେ କାର୍ଡ଼ିଆକ ଅରେଷ୍ଟରେ ମୃତ୍ୟୁ ହୋଇଛି । ମିମିକ୍ରି ଏବଂ କମେଡ଼ି ପାଇଁ ସେ ବେଶ୍ ଜଣାଶୁଣା । ତାଙ୍କୁ କାର୍ଡ଼ିଆକ ଅରେଷ୍ଟ ଆସିବା ପରେ ଚେନ୍ନାଇର ଏକ ପ୍ରସିଦ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ପରିବାର ସମେତ ପ୍ରଶଂସକ ଏବଂ ବନ୍ଧୁ ଖୁବ ମର୍ମାହତ ହୋଇଛନ୍ତି । ଗତ ୧୫ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅଧିକ ଅର୍ଥ ଯୋଗୁଁ ଗୁରୁବାର ସକାଳେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


ଗଣମାଧ୍ୟମର ଖବର ଅନୁସାରେ କାର୍ଡ଼ିଆକ ଅରେଷ୍ଟ ଆସିବା ପରେ ତାଙ୍କ ଶରୀର ପାରାଲାଇଜ ହୋଇଯାଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାଲାଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଲକଡାଉନ ସମୟରେ ଆକ୍ଟରଙ୍କୁ ଖୁବ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ବାଲାଜୀ ଏକାଧିକ ତାମିଲ ଫିଲ୍ମରେ ନଜର ଆସିଛନ୍ତି ।

Leave a Reply