ତମାଣ୍ଡୋରେ ନବବଧୂର ସନ୍ଦେହଜନକ ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋରେ ନବବଧୂକୁ ହତ୍ୟା ଅଭିଯୋଗ ଘଟଣା । ଗିରଫ ହେଲେ ମୃତ ବନ୍ଦନା ଜେନାଙ୍କ ସ୍ୱାମୀ ଯାମିନୀ ଜେନା  । ତମାଣ୍ଡ ପୋଲିସ ତାଙ୍କୁ ଗିରଫ କରିଛି ।  ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ବନ୍ଦନା ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହାପରେ ହତ୍ୟା ଅଭିଯୋଗ ଆଣିଥିଲେ ବାପାଘର ଲୋକ । ତମାଣ୍ଡୋ ଥାନାରେ ଏତଲା ପରେ ସ୍ୱାମୀ ଯାମିନୀ ଜେନାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଆଜି ପୋଲିସ ତାଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁସାରେ ବିବାହର ଏକ ମାସ ପରେ ବନ୍ଦନାଙ୍କୁ ଶ୍ୱଶୁର ଓ ସ୍ୱାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ବିବାହରେ ଯୌତୁକ ଓ ଅନ୍ୟ ବାବଦରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିବାହ ପରେ ଶାଶୂଘର ଲୋକ ଅଧିକ ଟଙ୍କା ଦାବି କରୁଥିଲେ ବୋଲି ବନ୍ଦନାଙ୍କ ମା’ କହିଛନ୍ତି । ଶ୍ୱଶୁରଙ୍କୁ କରୋନା ହେବାରୁ ମେଡିକାଲରେ ଥିଲେ । ଏହାପରେ ବନ୍ଦନାଙ୍କୁ ବାପଘରେ ରହିବାକୁ ଶାଶୂଘର ଲୋକ କହିଥିଲେ । ଶ୍ୱଶୁର ଭଲ ହେବା ପରେ ଗତ ଶୁକ୍ରବାର ଶାଶୁଘରକୁ ଫେରିଥିଲେ ବନ୍ଦନା । ଶନିବାର ସକାଳେ ବନ୍ଦନା ବାପଘର ଲୋକଙ୍କ ସହ କଥା ହେଉଥିଲେ  । କିନ୍ତୁ ୧୦ଟା ପରେ ମୋବାଇଲ ସୁଇଚ୍‌ଅଫ୍‌ ହୋଇଯାଇଥିଲା । ତା’ପରେ ବନ୍ଦନା ଚେତାଶୂନ୍ୟ ଅଛି, ତାକୁ ମେଡିକାଲ ନେଇଛୁ ବୋଲି ଶାଶୁଘର ଲୋକ କହିଥିଲେ । ଆଉ ତା’ପରେ ବନ୍ଦନାଙ୍କର ମୃତ୍ୟୁ ହୋଇଥିଲା ।

ବନ୍ଦନାଙ୍କ ପରିବାର ତମାଣ୍ଡୋ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା  । ସ୍ୱାମୀ ଯାମିନୀ ଜେନାଙ୍କୁ ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରିଛି ପୋଲିସ । ବୋହୂ ମରିବା ପରେ ମାମଲା ରଫା ଦଫା କରିବାକୁ ଶ୍ୱଶୁର କରିଥିଲେ ମେସେଜ୍‌ । ସମୁଦି ଯାହା ହୋଇଛି, ମୁଁ ମେଡିକାଲରୁ ଫେରିବା ପରେ ସବୁ ଜିନିଷ ଫେରଇଦେବି । ଆଉ ଯାହା ପଇସା ଦେଇଦେବି । କେସ୍‌ କଲେ କିଛି ଲାଭ ନାହିଁ, ଓକିଲ ପଇସା ନେବ । ତୁମର ବି ପଇସା ଖର୍ଚ୍ଚ ହେବ । ମୋ କଥା ମାନି ଥାନାରେ କେସ୍‌ କରନି ବୋଲି ଏଭଳି ବନ୍ଦନାଙ୍କ  ପରିବାରକୁ ଶ୍ୱଶୁର ମୋବାଇଲେ ମେସେଜ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି ।

Leave a Reply